କେନ୍ଦ୍ରାପଡା ୬/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ସୋମବାର ଭୃଣହତ୍ୟା ନିରୋଧ ଆଇନ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ପୁଅ ଓ ଝିଅ ଜନ୍ମହାରରେ ଥିବା ତାରତମ୍ୟକୁ ସମତୁଲ କରିବା ପାଇଁ ଆଲୋଚନାକ୍ରମେ ଜନସାଧାରଣ ଝିଅ ଜନ୍ମ ପାଇଁ ଥିବା ମାନସିକତାକୁ ପରିବର୍ତ୍ତନ ପାଇଁ ସଚେତନ କରାଯିବା, ବିଶେଷ ଭାବରେ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଗୁଡିକୁ ସ୍ୱତନ୍ତ୍ର ଦଳଙ୍କ ଦ୍ୱାରା ତଦାରଖ କରାଯାଇ ସେମାନଙ୍କର କାଗଜପତ୍ର ଯାଂଚ କରାଯିବ ଓ ଅଲଟ୍ରାସାଉଣ୍ଡ ମେସିନର ବ୍ୟବହାର କେଉଁ କେଉଁ କାର୍ଯ୍ୟ ପାଇଁ ହୋଇଛି ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ।
ବିଶେଷ ଭାବରେ କୈାଣସି ଅଲଟ୍ରାସାଉଣ୍ଡ କ୍ଲିନିକ ଲିଙ୍ଗ ନିରୂପଣ ଯେପରି ନକରନ୍ତି ସେଥରପ୍ରତି ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ସଦର ମହକୁମା ଡାକ୍ତରଖାନା, କେନ୍ଦ୍ରାପଡା ସହରର ଲାଇଫ ଲାଇନ ଡାଇଗ୍ନୋଷ୍ଟିକ ସେଂଟର, ସୂର୍ଯ୍ୟ ଡାଇଗ୍ନୋଷ୍ଟିକ, ସେବା ଡାଇଗ୍ନୋଷ୍ଟିକ, ଜି. ନାୟକ କ୍ଲିନିକ ଓ ସାନ୍ତସାହି ପ୍ରତାପ ଡାଇଗ୍ନୋଷ୍ଟିକ, ପଟ୍ଟାମୁଣ୍ଡାଇର ହେଲଥ କେୟାର ଡାଇଗ୍ନୋଷ୍ଟିକ ଓ ପ୍ରଭା ଅଲଟ୍ରାସାଉଣ୍ଡ, ଆଳିର ସୋନାଲି ଅଲଟ୍ରାସାଉଣ୍ଡ, ରାଜନଗରର ହେମଲତା ଅଲଟ୍ରାସାଉଣ୍ଡ କାର୍ଯ୍ୟକରୁଛି। ସେଗୁଡିକୁ କମିଟି ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟିରେ ରଖାଯାଇଛି। ବିନା ଅନୁମତିରେ ଚଳାଉଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୨ଟି ନୂତନ ଅଲଟ୍ରାସାଉଣ୍ଡ ମେସିନ ଅଣାଯିବ। ଇଉନିକ ଅଲଟ୍ରାସାଉଣ୍ଡ ମେସିନ ଛତାକୁ ଓ କେନ୍ଦ୍ରାପଡା ଇମାଜିଙ୍ଗ ସେଂଟରକୁ ବୀକ୍ରୟ ପାଇଁ ଅନୁମୋଦନ ଦିଆଯିବ।
କେନ୍ଦ୍ରାପଡାର ଜି.ନାୟକ ଡାଇଗ୍ନୋଷ୍ଟିକ ସେଂଟରର ଅଲଟ୍ରାସାଉଣ୍ଡ ମେସିନକୁ ତା’ର ସମ୍ମୁଖ ବିଲଡିଂକୁ ସ୍ଥାନାନ୍ତରଣ, ସୂର୍ଯ୍ୟ ନର୍ସିଂ ହୋମର ଅଲଟ୍ରାସାଉଣ୍ଡ ମେସିନକକୁ ଅନୁମୋଦନ, ରାଜ୍ୟ ସ୍ତରରେ ତାଲିମ ପାଇଁ ଦକ୍ଷ ବ୍ୟକ୍ତିଙ୍କୁ ମନୋନୟନ କରାଯାଇ ପଠାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ସଚିଦାନନ୍ଦ ମିଶ୍ର, ପ୍ରଶାନ୍ତ କୁମାର, ମନୋନ୍ୱିତ ସଭ୍ୟ ଡା. ବିଶ୍ୱ ପ୍ରକାଶ କାନୁନଗୋ, ଧିରେନ କୁମାର ସାହୁ, ବିରଜା ପ୍ରସାଦ ପତି, ମନୋରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।