Odiapua.com

ଭୂମିହୀନଙ୍କୁ ଜାଗାମିଶନ କାର୍ଯ୍ୟକ୍ରମରେ ପଟ୍ଟା ପ୍ରଦାନ ସହ ହିତାଧିକାରୀଙ୍କୁ ମିଳିଲା ଭତ୍ତା

ଟିଟିଲାଗଡ଼ ୧୧ା୯(ଓଡିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ପୌରପରିଷଦ ଆନୁକୂଲ୍ୟରେ ଭୂମିହୀନଙ୍କୁ ଜାଗା ପଟ୍ଟା ବଣ୍ଟନ ସହ ଅସହାୟଙ୍କୁ ଭତ୍ତା ପ୍ରଦାନ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜାଗା ମିଶନ’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଉପ ଜିଲ୍ଲାପାଳ ସୁଧାକର ନାୟକ, ସାଂସଦ ପ୍ରତିନିଧି ଗୋଲାପ ସୋନି, ବିଧାୟିକା ପ୍ରତିନିଧି ଅରୁଣ ମିଶ୍ର, ପ୍ରେମ ଜୈନ, ରଣଜିତ ପୃଷ୍ଟି, ଗୋବର୍ଦ୍ଧନ ନାଗ ପ୍ରମୁଖ ଯୋଗ ଦେଇ ନିଜ ମତ ଉପସ୍ଥାପନ କରିଥିଲେ। ଏହି ଜାଗା ମିଶନ କାର୍ଯ୍ୟକ୍ରମକୁ ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଆୟୋଜନ ଓ ପରିଚାଳନା କରିଥିଲେ। ଶହେ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ବିଭିନ୍ନ ଭତ୍ତା ପ୍ରଦାନ କରାଯାଇ ଥିବା ବେଳେ ଜାଗାମିଶନ ଯୋଜନା ଅନୁଯାୟୀ ୯୦ ଜଣ ହିତାଧିକାରୀଙ୍କୁ ଜାଗାର ପଟ୍ଟା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ କ୍ରମେ ଆଗାମୀ ଦିନରେ ଅନ୍ୟ ହିତାଧିକାରୀଙ୍କୁ ଚୟନ କରି ଜାଗା ପ୍ରଦାନ କରିବା ପ୍ରକାଶ ପାଇଛି।