Odiapua.com

ଭୂମିକମ୍ପରେ ଥରିଲା ଉତ୍ତର ଭାରତ ସମେତ ଦିଲ୍ଲୀ

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ମଙ୍ଗଳବାର ରାତି ପ୍ରାୟ ୧୦.୨୦ ସମୟରେ ଦିଲ୍ଲୀ, ଉତ୍ତର ଭାରତ, ଆଫଗାନିସ୍ଥାନ ଏବଂ ପାକିସ୍ଥାନରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ସୋସିଆଲ ମିଡିଆରେ ଭୂମିକମ୍ପର ଝଟକା ଲୋକମାନେ ଅନୁଭୂତ କରିଥିବା ସେୟାର କରିଛନ୍ତି। ଲୋକମାନେ ଭୟଭୀତ ହୋଇ ନିଜ ଘର ବାହାରକୁ ବାହାରି ଆସିଥିବାର ଭିଡିଓ ଦେଖିବାକୁ ମିଳିଛି। ଖବର ଅନୁଯାୟୀ ଭୂମିକମ୍ପର ତୀବ୍ରତା ୬.୬ ଥିବା କୁହାଯାଉଛି। ଅବଶ୍ୟ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଖବର ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ର ଆଫଗାନୀସ୍ଥାନ ଥିବା କୁହାଯାଉଛି। ଅଧିକ ଖବରକୁ ଅପେକ୍ଷା କରାଯାଇଛି।