Odiapua.com

ଭୂତ ଛଡାଇବା ପାଇଁ ମହିଳାଙ୍କୁ ଚେଙ୍କଦେଇ ଘୂଷୁରି ବିଷ୍ଟା ଖୁଆଗଲା,ଗୁଣିଆ ଗିରଫ

ମାଲକାନଗିରି,୨୦ ।୭(ଓଡିଆ ପୁଅ ) ଜଣେ ମହିଳାଙ୍ଦେକ ହରୁ ଡୁମା(ଭୂତ)ଛଡାଇ ବା ନାରେ ମହିଳାଙ୍କ ଦେହରେ ଚେଙ୍କ ଦେବାସହ ଘୁଷୁରି ର ବିଷ୍ଠା କୁ ଗୁଣିଆ ଖୁଆଇ ଛନ୍ତି । ଏହି ଅନ୍ଧବିଶ୍ୱାସର କୁପରିଣତିରେ ଜଣେ ପ୍ରସୂତୀ ମହିଳା ହସପିଟାଲ ବେଡ ରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ତଣ୍ଡାପାଲି ପଚାଂୟତର ଏମଭି୬ ଗ୍ରାମରେ । ସେହି ଗ୍ରାମର ଜଣେ ମହିଳା ଗତ ତିନିମାସତଳେ ଏକ ସନ୍ତାନଜନ୍ମ ଦେବାପରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଳା, ଏହା ପୁବ ର୍ରୁ ସେହି ମହିଳାଙ୍କ ବଡଭଉଣୀ ମଧ୍ୟ ସନ୍ତାନ ଜନ୍ମକରି ମରିଯାଇଥିଲେ । ଡୁମା ଗ୍ରାସିବା ଯୋଗୁ ଏହି ସବୁ ଅଘଟଣ ହେଉଛି ବୋଲି ପରିବାର ଲୋକେ ଭାବି ଗାଁର ଜଣେ ଗୁଣିଆ ନିକଟକୁ ମହିଳାଙ୍କୁ ନେଇ ଗତକିଛି ଦିନହେଲା ଝଡାଫୁଙ୍କା କରୁଥିଲେ, ସେଠାରେ ସେ ଭଲ ନହେବାରୁ ଗ୍ରାମର ଆଉଜଣେ ଗୁଣିଆ ମିହିର ମୁଣ୍ଡାଙ୍କ ନିକଟକୁ ଗତକାଲି ସନ୍ଧ୍ୟାରେ ମହିଳାଜଣ ଙ୍କୁ ନେଇ ଯାଇଥିଲେ । ଗୁଣିଆ ଜଣଙ୍କ ମହିଳାଙ୍କୁ ବହୁତ ଝଡାଫୁଙ୍କା କରିଥିଲେ ମଧ୍ୟ ମହିଳାଙ୍କ ଦେହ ଭଲ ନ ହେବାରୁ ତାଙ୍କୁ ଏକ ବଡ ଡୁମା ଗ୍ରାସ କରିଛି, ଧୁଆଁ ଦେଇ ମୁହଁରେ ଚେଙ୍କଲଗାଇବା ସହିତ ଘୁଷୁରି ବିଷ୍ଠାକୁ ନିଆଁରେ ଧାସରେ ଦେଖାଇ ଗୁଣିଆ ମହିଳାଜଣଙ୍କୁ ଖୁଆଇ ନିସ୍ତୁକ ମାଡ ମାରିଥିଲେ । ଗୁଣିଆଙ୍କ ବିଷ୍ଠାଖୁଆଇବା ଓ ମାଡଦ୍ୱାରା ମହିଳାଜଣଙ୍କ ଅଧିକ ଅସୁସ୍ଥ ହୋଇପଡି ଥିଲେ । ଏ ସଂପର୍କରେ ଗାଁର ଆଶାକର୍ମୀ ଓ ଅଙ୍ଗନ ଓ୍ୟର୍ଡି କାର୍ମି ଜାଣିବା ପରେ ମହିଳାଜଣଙ୍କୁ ରବିବାର ରାତ୍ରରେ ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଇ ଚିକିତ୍ସା କରିଛନ୍ତି । ମହିଳାଜଣଙ୍କ ମୁହଁରେ ଚେଙ୍କ ଦେବା ଓ ମାଡ ଦ୍ୱାରା ଅବସ୍ଥା ଗୁରୁତର ଅଛନ୍ତି, ସେ ସୁସ୍ଥ ହେବାପାଇଁ କିଛି ଦିନ ଲାଗିବ ବୋଲି ଚିକିତ୍ସାକରୁଥିବା ଡାକ୍ତର କହିଛନ୍ତି । ଆଜି ଅପରାହ୍ନରେ ଏ ସଂପର୍କରେ ମାଲକାନଗିରି ଥାନାରେ ମହିଳାଙ୍କ ସ୍ୱାମୀ ସନ୍ତୋଷ ଓରାଓ ଏତଲା ଦେଇଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୨୪୫/୨୦ ରେ କେସ ରୁଜୁକରାଯାଇ ଥାନା ଅଧିକାରୀ ରାମପ୍ରସାଦ ନାଗ ନେତୃତ୍ୱରେ ପୁଲିସ ସଦଳବଳ ଏମଭି୬ ଗ୍ରାମର ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ଗୁଣିଆ ମହିରି ମୁଣ୍ଡାଙ୍କୁ ଗିରଫ କରି ଏହି ଘଟଣା ସଂପର୍କରେ ଅଧିକ ତଦନ୍ତ ଚଳାଇଛନ୍ତି ।