Odiapua.com

ଭୂତ ଖାଇଗଲା କାଳିଆ ଟଙ୍କା

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସାହାଡା ନିବାସୀ ଦୈତାରୀ ସ୍ୱାଇଁଙ୍କ ପୁତ୍ର କୃପାସିନ୍ଧୁ ସ୍ୱାଇଁ ୨୦୧୯ ମସିହାରେ କାଳିଆ ଯୋଜନା ମାଧ୍ୟମରେ ସାହାଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଅଶୋକ କୁମାର ସାହୁ ନାମକ ବ୍ୟକ୍ତି ତାଙ୍କ ଠାରୁ ଆବେଦନ ପତ୍ର ନେଇ ଅଫିସ୍‌ରେ ଦାଖଲ କରିଥିଲେ । ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କାଳିଆ ଟଙ୍କା ପାଇନଥିଲେ । ତେଣୁ ସେ ପଂଚାୟତ ଅଫିସ୍‌ରେ ଯାଇ ପଚାରିବାରୁ ସେମାନେ କହିଲେ ଟଙ୍କା ଆକାଉଣ୍ଟକୁ ଯାଇଛି, ତୁମେ ପାଇଯିବ । ଏହାକୁ ନେଇ ମନରେ ସନ୍ଦେହ ହେବାରୁ ସାଇବର କ୍ୟାମ୍ପରେ ଚେକ୍ କରି ଜାଣିବାକୁ ପାଇଲେ ଯେ ଟଙ୍କା ଆସିଛି, କିନ୍ତୁ ଟଙ୍କା ଆକାଉଣ୍ଟକୁ ନଯାଇ ଅଶୋକ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଏସ୍‌ବିଆଇ ଆକାଉଣ୍ଟକୁ ଯାଇଛି । ସେଠୁ ସେ ଲୋକଙ୍କୁ ପଚାରିବାରୁ ସେ ମନା କରିଥିଲେ ମଧ୍ୟ ଆକାଉଣ୍ଟକୁ କୌଣସି କାଳିଆ ପଇସା ଆସିନାହିଁ । ସେଠୁ ସେ ବ୍ଲକ୍‌କୁ ଯାଇଥିଲେ ବି କୃଷି ଅଧିକାରୀଙ୍କ ପାଖକୁ ଯିବାପାଇଁ କହିଥିଲେ । ପରେ ସେ କୃଷି ଅଧିକାରୀ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହି ଘଟଣାରେ ସେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ତେବେ ଏହାକୁ ଗୁରୁତର ସହକାରେ ନେଇ ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି ।