Odiapua.com

ଭୂତତ୍ତ୍ୱବିଜ୍ଞାନର ନ୍ୟାସନାଲ ୱେବିନାର ଅନଲାଇନ ସେମିନାର

ତିର୍ତ୍ତୋଲ ୧୫/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳର ଭୂତତ୍ତ୍ୱବିଜ୍ଞାନ ବିଭାଗର ଅନଲାଇନ ସେମିନାର “ଇମରଜିନ୍ସ ଇସ୍ୟୁ ଇନ୍ ଆର୍ଥ ସାଇନସ୍‌” ଶୀର୍ଷକ ୱବିନାର ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପ୍ଟେନ ଜ୍ଞାନଜ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେଅନୁଷ୍ଠିତ ହୋଇଯାଇଛି। ଭୂତତ୍ତ୍ୱ ବିଭାଗ ଓ ଆଲୁମିନି ଆସୋସିଏସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୂତତ୍ତ୍ୱବିଜ୍ଞାନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଶିବେନ ମିତ୍ର ପ୍ରାରମ୍ଭିକ ସୂଚନା ଦେବା ସହ ଭୂତଳ ଜଳଧାର ସଂପର୍କରେ ନିଜର ଗବେଷଣାତ୍ମକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟଅତିଥିଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ- ମଧୁମିତା ଦାସ ଯୋଗଦେଇ ଭୂତତ୍ତ୍ୱବିଜ୍ଞାନର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ୱବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡଃ ଦେବାନନ୍ଦ ବେହରୋଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା ଓ ସମାଧାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଏସଆଇର ବରିଷ୍ଠ ଭୂବିଜ୍ଞାନୀ ଡଃ ଦେବପ୍ରସାଦ ସାହୁ ଯୋଗଦେଇ ଭୂତତ୍ତ୍ୱର ବିଭିନ୍ନ ଦିଗ ଉପରେ ବିଷଦ ବ୍ୟାଖ୍ୟ କରିଥିଲେ। ଭୂତତ୍ତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଶୁଭେନ୍ଦୁ ରାୟ ସମସ୍ତ କାର୍ଯ୍ୟ କରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୂତତ୍ତ୍ୱ ବିଜ୍ଞାନ ବିଭାଗର ଆଲୁମିନି ଆସୋସିଏସନର ସଭାପତି ବିମଳ କୁମାର ମହାପାତ୍ର ଯୋଗଦେଇଥିବାବେଳେ ସମ୍ପାଦକ ପବିତ୍ର କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅନଲାଇନ୍ ୱେବିନାର ସେମିନାର କାର୍ଯ୍ୟକ୍ରମରେ ଆଲୁମିନି ଆସୋସିଏସନର ପୂର୍ବତନ ସଭାପତି ତୃପ୍ତି ରଞ୍ଜନ ନନ୍ଦଙ୍କ ସମତେ ୨ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ।