Odiapua.com

ଭୂଜଳ ପରିଚାଳନା ଓ ବର୍ଷାଜଳ ସଂରକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼, ୧୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ ପୂର୍ବକ୍ଷେତ୍ର, ଭୁବନେଶ୍ୱର ଆନୁକୂଲ୍ୟରେ ଏକଦିବସୀୟ ଭୂଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ ନୟାଗଡ଼ ରୋଟାରୀ କ୍ଳବ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କେନ୍ଦ୍ରୀୟ ଭୂମିଜଳ ପରିଷଦର ବୈଜ୍ଞାନିକ ଶ୍ରୀମତୀ ମୌସୁମୀ ସାହୁ, ସୁଶ୍ରୀ ପୂର୍ବ ବେରା, ସତ୍ୟମ ଶୁକ୍ଳା, ସଦାନନ୍ଦ ପୃଷ୍ଟି, ପ୍ରାଧ୍ୟାପକ ହରପ୍ରସାଦ ମହାପାତ୍ର ଏବଂ ରୋଟାରୀ କ୍ଳବର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଭୂଜଳ ସ୍ଥିତି, ଗୁଣବତ୍ତା ଓ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସହରର ବୁଦ୍ଧିଜୀବୀ, ସମାଜସେବୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ଜନସାଧାରଣ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ମୌସୁମୀ ସାହୁ ପରିଚାଳନା କରିଥିବାବେଳେ ରୋଟାରିଆନ ପ୍ରସନ୍ନ ବସନ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।