Odiapua.com

ଭୂଆଗୁଡ଼ି ଗ୍ରାମରେ ମା’ ତାରିଣୀଙ୍କ୧୭ତମ ବାର୍ଷିକ ଯଜେ୍ଞାତ୍ସବ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବେତରା ଗ୍ରାମ ପଞ୍ଚାୟତର ଭୂଆଗୁଡ଼ି ଗ୍ରାମରେ ମା’ ତାରିଣୀଙ୍କ ପବିତ୍ର ପୀଠରେ ଭକ୍ତିମୟ ପରିବେଶ ମଧ୍ୟରେ ୧୭ତମ ବାର୍ଷିକ ଯଜେ୍ଞାତ୍ସବ ଓ ଚଣ୍ଡୀ ପୂଜା ଶ୍ରଦ୍ଧା ଓ ଆନନ୍ଦର ସହିତ ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର ଧର୍ମାନୁଷ୍ଠାନରେ ଅନେକ ମାତୃଭକ୍ତଙ୍କ ସମ୍ମିଳନ ଦେଖିବାକୁ ମିଳିଥିଲା । ଏଥିରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ନେତା ଅର୍ଜୁନ ଚରଣ ଦାସ, ଯୁବନେତା ବିକାଶ ଶ୍ରେଷ୍ଠା, ଜିତନ ପଣ୍ଡା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ମା’ଙ୍କ ପୂଜାର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ ଓ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ମା’ଙ୍କ ଅଶେଷ କୃପା ଲାଭ କରିଥିଲେ।