Odiapua.com

ଭୁୁମିହିନ ହିତାଧିକାରୀ ପରିବାରଘରଡିହ ସହିତ ଆବାସ ଗୃହ ଯୋଗାଇଦେବା ପାଇଁ ଏନଏସି କାର୍ଯ୍ୟାଳୟ ଘେରିଲେ ୫୦ ରୁ ଅଧିକ ମହିଲା

 

ଖଡିଆଳ/ନୂଆପଡା-୨୧.୦୬.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ର ୧୩ ଗୋଟି ୱାର୍ଡ ରେ ବସବାସ କରୁଥିବା ସତାଧିକ ଗରିବ ହିତାଧିକାରୀ ମାନେ ଭୁମିହିନ ଥିବାସହ ନିଜସ୍ୱ ଘର ନଥାଇ ଲୋକମାନଙ୍କ ଘରେ ଭଡାରେ କିମ୍ବା ଟିକିଏ ଯାଗା ମାଗି ବହୁତ ଦୁଃଖରେ କୁଡିଆ ଖଣ୍ଡେ ତିଆରି କରି ରହି ଆସୁଛନ୍ତି । ଦିର୍ଘ ବର୍ଷ ଏହି ଗରିବ ହିତାଧିକାରୀ ମାନେ ଏହିପରି ସମସ୍ୟା ଘେରରେ ରହି ଆସୁଛନ୍ତି । ଘରଡିହ ସହିତ ଆବାସ ଗୃହ ଯୋଗାଦେବା ପାଇଁ ବାରମ୍ବାର ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ କୁ ଜଣାଇଲେ ମଧ୍ୟ କୈାଣସି ସମାଧାନ ହୋଇପାରୁନଥିବାରୁ ଶୁକ୍ରବାର ୫୦ ରୁ ଅଧିକ ମହିଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଆଧିକାରୀ ଙ୍କ କାର୍ଯ୍ୟଳୟ କୁ ଘେରିଥିଲେ । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ ମହିଲା ହିତାଧିକାରୀ ମାନଙ୍କ ସମସ୍ୟାକୁ ଗୁରୁତର ସହ ନେବା ସହିତ ଯୋଉଁ ହିତାଧିକାରୀ ମାନଙ୍କର ନିଜର ୨ ରୁ ୪ ଡିସମିଲ ଘର ଡିହ ଅଛି ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦିଅଅଯିବ । ଯେଉଁ ହିତଅଧିକାରୀ ମାନେ  ସରକାରୀ ଜମିରେ କୁଡିଆ କରି ବସବାସ କରିଛନ୍ତି ସେମାନଙ୍କ ଜମି ଖଡିଆଳ ତହସିଲଦାର ଙ୍କୁ କହି ସେଟଲ କରିଦେବା ପାଇଁ କୁହାଯିବା ସହ ଘର ଯୋଗାଇ ଦିଆଯିବ । କିନ୍ତୁ ଯୋଉଁ ଯେଉଁ ହିତାଧିକାରୀ ମାନଙ୍କ କୈାଣସି ନିଜର ଜମି ନାହିଁ କି ସରକାରୀ ଜମି ମଦ୍ୟ ନାହିଁ ସେହି ହିତାଧିକାରୀ ମାନଙ୍କୁ ବର୍ତମାନ ପରିସ୍ଥିତି ରେ ଘର ଦିଆଯାଇପାରିବ ନାହିଁ । ଘରଡିହ ସହିତ ଜମି ନଥିବା ହିତାଧିକାରୀ ମାନଙ୍କୁ ପରବର୍ତି ସମୟରେ ଜିଲ୍ଲାପାଳ ଙ୍କ ସହିତ କଥାହେବା ସହିତ କେମିତି ସେମାନଙ୍କୁ ୪ ଡିସମିଳ ଲେଖାଏଁ ଘରଡିହ ଯୋଗାଇ ଦିଆଯିବ ତା ଉପରେ ଗୁରୁତ୍ୱ ଦିଆଯିବ । ଘରଡିହ ମିଳିଲା ପରେ ସେହି ଗରିବ ହିତାଧିକାରୀ ମାନଙ୍କୁ  ପରବର୍ତି ସମୟରେ  ଆବାସ ଗୃହ ଯୋଗାଇ ଦିଆଯିବ ବୋଲି ଘେରାଉ କରିଥିବା ହିତାଧିକାରୀ ମାନଙ୍କୁ ଆସ୍ୱାସନା ଦେଇଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ସାହୁ ଙ୍କ ଆସ୍ୱାସନ ପରେ ମହିଲା ମାନେ ଘରକୁ ଯାଇଥିଲେ ।