Odiapua.com

ଭୁଷୁଡିଲା ବାଙ୍କି ଭୁବନେଶ୍ଵର କୁ ସଂଯୋଗ କରୁଥିବା ମୁଖ୍ୟ ପୋଲ

ବାଙ୍କି, ୦୨/୧୧, (ଓଡ଼ିଆ ପୁଅ ପି ନାୟକ):ପ୍ରତ୍ୟେକ ଦିନ ସ୍କୁଲ ବସ ସହ ହଜାର ହଜାର ଗାଡି ଯାତୟାତ କରୁଥିବା ବାଙ୍କି ଭୁବନେଶ୍ଵର ପୋଲ ଆଜି ଭୁଷୁଡି ପଡିଛି। ଦେଖିବାକୁ ଗଲେ, ବହୁଦିନ ଧରି ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲାର। ଏହାକୁ ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ପରେ ମଧ୍ୟ ପୁର୍ତ୍ତ ବିଭାଗ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଲୋକେ। ତେଵେ ପୋଲ ଭୁଷୁଡ଼ିବାର ୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୁର୍ତ୍ତବିଭାଗର ଅଧିକାରୀ ପହଞ୍ଚି ନଥିବାରୁ ଅସନ୍ତୋଷ ଦେଖା ଦେବା ସହ ଶିଘ୍ର ଏହାର ପୁନଃତିଆରି ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦା ଚେତାବାନୀ ଦେଇଛନ୍ତି।