Odiapua.com

ଭୁଶୁଡିଲା ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନବନିର୍ମିତ ପାଚେରୀ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ପାଇକରାୟପୁର ଠାରେ ସରକାରଙ୍କ ପକ୍ଷରୁ ଏକ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନର କାର୍ଯ୍ୟ ନସରୁଣୁ ୩ ଶହ ଫୁଟ୍‌ର ପାଚେରୀ ଭୁଶୁଡି ପଡିଛି । ଏଠାରେ ସୂଚନାଯୋଗ୍ୟ ଏହି ବ୍ଲକ୍‌ର ପାଇକରାୟପୁର ଠାରେ ଅନ୍ତର୍ଦେଶୀୟ ଜଳ ପରିବହନ ବିଭାଗ ପକ୍ଷରୁ ନୂତନ ଭାବେ ନିର୍ମିତ ହେଉଛି ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ । ପ୍ରାଥମିକ ପର୍ଯ୍ୟାୟରେ ଏହାର ପାଚେରୀ ଓ ମାଟି ଫିଲିଂ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କାର୍ଯ୍ୟ ନସୁରୁଣୁ ନବନିର୍ମିତ ପ୍ରାୟ ୩ ଶହ ଫୁଟ୍‌ର ପାଚେରୀଟି ଭୁଶୁଡି ପଡିଛି । ନିମ୍ନମାନର କାର୍ଯ୍ୟ ପାଇଁ ଆଗପଟ ପାଚେରୀ ଭୁଶୁଡି ଥିବାବେଳେ ପ୍ରାୟ ୨କିମିରୁ ଉର୍ଦ୍ଧ୍ୱ ନିର୍ମିତ ଏହି ପାଚେରୀର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଯନ୍ତ୍ରୀ ଓ କାର୍ଯ୍ୟରତ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।