Odiapua.com

ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଧରିଲେ ପ୍ରଚାର ମଙ୍ଗ

ତିର୍ତ୍ତୋଲ ୩୧-୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଗତକାଲି ଭାରତୀୟ ଜନତା ପାର୍ଟିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବଚନୀ ପ୍ରଚାର ଓ ରୋଡ଼ ଶୋ କରିଥିବାବେଳେ ଆଜି ଭୁବନେଶ୍ୱର ସାସଦ ଅପରାଜିତା ଷଢ଼ଙ୍ଗୀ ତିର୍ତ୍ତୋଲରେ ବିଜେପି ପ୍ରଚାର ମଙ୍ଗ ଧରିଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରଯୁକ୍ତ ପ୍ରଧାନ ଏକ ଦାମି ଖୋଲା ଗାଡ଼ିରେ ଛିଡ଼ା ହୋଇ ଲୋକଙ୍କୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ଆର୍ଶିର୍ବାଦ ରଖିବାପାଇଁ କହୁଥିବାବେଳେ ଆଜି ଭୁବନେଶ୍ୱର ସାଂସଦ ଶ୍ରମତୀ ଷଢ଼ଙ୍ଗୀ ଗାଡ଼ି ଭିତରେ ରହି ଲୋକଙ୍କୁ ନମସ୍କାର ଜଣାଇ ଭୋଟ ପାଇଁ କହିଥିଲେ। ସାଂସଦ ଶ୍ରୀମତି ଷଢ଼ଙ୍ଗୀ ତିର୍ତ୍ତୋଲସ୍ଥିତ ଆନନ୍ଦମଣ୍ଟ ପାର୍ଟି କାର୍ଯ୍ୟାଳୟରେ ୩ ଘଟିକା ୨୧ ମିନିଟ୍‌ରେ ପହଞ୍ଚି ବା ପରେ ବିଜେପି କର୍ମୀମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବାପରେ ନିର୍ବାଚନୀ ପ୍ରଚାରରେ ବାହାରିଥିଲେ। ଯୁବସଂଗଠକ ଖିତିସ୍ ଦାସଙ୍କ ନେତୃତ୍ୱରେ ତରଜଙ୍ଗା, ତେନ୍ତୁଲିପଦା ପଞ୍ଚାୟତ ପରିକ୍ରମା କରି ମା ଶାରଳା ଠାକୁରାଣୀଙ୍କୁ ଦର୍ଶନ ନିମନ୍ତେ ଯାଇଥିଲେ। ସେଠାରେ ରାଜ୍ୟ କୃଷକ ମେର୍ଚ୍ଚା ସମ୍ପାଦକ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ତାଙ୍କ ସହିତ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା, ରାଜ୍ୟ ସଭାପତି ଭୃଗୁବକ୍ସି ପାତ୍ର, ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ଯୁବମୋର୍ଚ୍ଚା ସଭାପତି ଶିବପ୍ରସାଦ ସାହୁ ଓ ଜିଲ୍ଲା ଏସିମୋର୍ଚ୍ଚା ସମ୍ପାଦକ ସାଗର ଦାସ, ସୁଧିର ପଣ୍ଡା, ସୁଧିର ମଲ୍ଲିକଙ୍କ ସମେତ ଆଗ ଧାଡ଼ିର ନେତାମାନେ ଏହି ନିର୍ବାଚନୀ ପ୍ରଚାରରେ ଯୋଦେଇଥିଲେ। ତେନ୍ତୁଲିପଦା ପ୍ରଭାରୀ ମହେନ୍ଦ୍ର ଦାସ, ବିଶ୍ୱଜିତ ଦାଶ, ହିମାଂଶୁ ଲେଙ୍କା, ପଞ୍ଚାୟତ ପ୍ରମୁଖ ସରୋଜ ଦାସଙ୍କ ନେତୃତ୍ୱରେ ତେନ୍ତୁଲିପଦା ପଞ୍ଚାୟତରେ ଘର ଘର ବୁଲି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ତିର୍ତ୍ତୋଲ ପ୍ରଞ୍ଚାୟତ ପ୍ରଭାରି ଦୂର୍ଯ୍ୟଧନ ସାହୁଙ୍କ ନେତୃତ୍ୱରେ ଷ୍ଟାରପ୍ରଚାରକ ଶ୍ରୀତ୍ତମ ଦାସ ଯୋଗଦେଇ ତିର୍ତ୍ତୋଲ ପଞ୍ଚାୟତରେ ପ୍ରଚାର କରିଥିଲେ। ଏହି ବ୍ଲକରେ କୃଷ୍ଣାନନ୍ଦପୁର, ବିଷନପୁର, କନିମୂଳ, ଦାଇଁଲୋ ଓ ଗୋପାଳପୁର(ଶ) ପଞ୍ଚାୟତ ସମେତ ତିର୍ତ୍ତୋଲରେ ସାଂସଦ ଶ୍ରୀମତି ଷଢ଼ଙ୍ଗୀ ନିର୍ବାଚନି ପ୍ରଚାର କରିଥିଲେ। ବିଜେପି ଜିଲ୍ଲାସାଧାରଣ ସମ୍ପାଦକ ବିଜୟ କୁମାର ଦାଶ, ବିରଜା ମୋହନ ମହାପାତ୍ର, ଦିଲ୍ଲିପ ମହାନ୍ତି, ଇଂ ହରିହର ବେହେରା, ପ୍ରଶାନ୍ତ ଦାଶ, ଶାରଳା ମଣ୍ଡଳ ସଭାପତି ରୁପକ କୁମାର ଖୁଣ୍ଟିଆ, ଚନ୍ଦନ ତାରେଣିଆ, ମଣ୍ଡଳ ମହିଳା ମୋର୍ଚ୍ଚାର ରୋଜାଲିନି ନାୟକ, କଳ୍ପନା ରାଉଳ, ପଞ୍ଚାୟତ ପ୍ରମୁଖ ଆନନ୍ଦ ମହାନ୍ତି, ସହପ୍ରମୁଖ ରଜନି ରାଉଳ, ଯୁବମୋର୍ଚ୍ଚା ସଭାପତି ଶୁଭ୍ରକାନ୍ତ ରଣା, ସମିର କାନ୍ତ ଦାସ, ପ୍ରକାଶ ସିଂହ, ଗିତାଞ୍ଜଳୀ ରାଉଳ, ସୁଦିପ୍ତ ନାଥ, ସାଗର ଦାସଙ୍କ ସମେତ ବିଜେପି କର୍ମୀ ଯୋଗଦେଇଥିଲେ।