Odiapua.com

ଭୁବନେଶ୍ୱର ଯିବା ବାଟରେ ଶିଖର ପୁର ଠାରେ ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

କଟକ: ୨୨/୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକରେ ପହଁଚିଲେ ଏନଡିଏ ରାଷ୍ଟ୍ରପତି ପାର୍ଥୀନି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଶିଖରପୁର ଛକ ନିକଟରେ ଦଳ ମତ ନିର୍ବିଶେଷରେ ତାଙ୍କୁ ସ୍ବାଗତ ଜଣାଇଛି କଟକ ସହର। ତେବେ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ସେ ଭୁବନେଶ୍ୱର ଯାତ୍ରା କରିଛନ୍ତି। ତେବେ ଓଡିଶା ପାଇଁ ଏହା ଗର୍ବ ଓ ଗୌରବ। କାରଣ ପ୍ରଥମ ଓଡ଼ିଆ ହିସାବରେ ରାଷ୍ଟ୍ରପତି ପାଇଁ ପାର୍ଥୀନୀ ହେବା ଏକ ସୌଭାଗ୍ୟର କଥା। ସେ ରାଷ୍ଟ୍ରପତି ଭାବରେ କାର୍ଯ୍ୟ ତୁଲାଇଲେ ସ୍ୱର୍ଣ୍ଣକ୍ଷରରେ ଓଡ଼ିଶା ର ନାଁ ଲିପିବଦ୍ଧ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି।