Odiapua.com

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର ୧୩.୮ (ଓଡ଼ିଆ ପୁଅ) – ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଉପଲକ୍ଷେ ଅଖିଳ ଭାରତ କଂଗ୍ରେସ କମିଟି ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଦେଶବ୍ୟାପି ୭୫ କିଲୋମିଟର ସ୍ୱାଧୀନତା ଗୌରବ ଯାତ୍ରା ଅନୁଷ୍ଠିତ କରିବାପାଇଁ ନିଷ୍ପତି ନେଇଛନ୍ତି। ତଦନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଯାତ୍ରା ମାଷ୍ଟରକ୍ୟାଂଟିନ ଛକ ଠାରୁ ବାହାରି ରାମମନ୍ଦିର ଛକ, ପ୍ରେସ କଲୋନୀ ଦେଇ କଂଗ୍ରେସ ଭବନରେ ପଂହଚିଥିଲା। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଭାରତ ସ୍ୱାଧୀନତା ସଂଗ୍ରାମରେ ଜୀବନ ଉତ୍ସର୍ଗ କରିଥିବା ମହାମନିଷ ମାନଙ୍କ ସଂପର୍କରେ ପ୍ରକାଶ କରିଥିଲେ। ଶ୍ରୀ ଦାଶ ପ୍ରକାଶ କରିଥିଲେ ଯେ ଏହି ତ୍ରିରଙ୍ଗା ଯାତ୍ରା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଆସୁଅଛି ଏବଂ ଆଗକୁ ମଧ୍ୟ ଜାରି ରହିବ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସର୍ବଶ୍ରୀ ଶିବାନନ୍ଦ ରାୟ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ବେଣୁଧର ପାତ୍ର, ରଜନୀ ମହାନ୍ତି, ଅକ୍ଷୟ ମହାନ୍ତି, ଗୋପନ ମାର୍ଥ, ମୋହନ ଜେନା, ବାଦଲ ମହାନ୍ତି, ଦେବରାଜ ମିଶ୍ର, ସଂକୁନା କହଁର, ସୁଶାନ୍ତ ତ୍ରିପାଠୀ, ଗୀତାଞ୍ଜଳି ମହାନ୍ତି, ମଧୁମିତା ଆଚାର୍ଯ୍ୟ, ଚୈତାଳୀ ପଟ୍ଟନାୟକ, ଚିନ୍ମୟ ବଳିଆରସିଂ, ଜୟଶ୍ରୀ ପାତ୍ର, ପ୍ରକାଶ ଜେନା, କୁସୁମ ପ୍ରଧାନ, ଜ୍ୟୋତିଷ ସାହୁ, ତରୁଣ ମିଶ୍ର, ଲିଙ୍ଗରାଜ ସାହୁ, ବୁନା ମହାନ୍ତି, ଲକ୍ଷ୍ମୀପ୍ରିୟା ଦାସ, ମଂଟୁ ମଲ୍ଲିକ, ମିତ୍ରଭାନୁ ମହାପାତ୍ର, ଅକ୍ଷୟ ଦାସ, ପ୍ରଭାତ ପ୍ରତାପ ସିଂ, କୁଳମଣି ସାହୁ, ଆତ୍ମାରାମ ପତି, ଦେବୀ ପ୍ରସାଦ ବାହାଲିଆ, ଶୁଭଦ୍ରା ମିଶ୍ର, ଅଶୋକ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।