Odiapua.com

ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ଆଂଶିକ ବାତିଲ

ବଲାଙ୍ଗୀର, ୦୨-୧୦, (ଓଡ଼ିଆ ପୁଅ/ସନ୍ତୋଷ ନାୟକ)ବଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୯ ତାରିଖ ରୁ ଅକ୍ଟୋବର ୧୮ତାରିଖ, ୨୦୨୦ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲକୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୨୮୯୩/୦୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର ମାସ ୯ ତାରିଖରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଏବଂ ବରଗଡ ରୋଡ୍ ମଧ୍ୟରେ ଚଳାଚଳ କରିବ ଏବଂ ଏହା ବରଗଡ ରୋଡ୍ ଏବଂ ବାଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।