Odiapua.com

ଭୁବନେଶ୍ୱର ଠାରେ ବୋରଓେଲ କାମରେ ନିୟୋଜିତ ମାଲକାନଗିରି ଜିଲ୍ଲାର ୫ଜଣ ନାବାଳକ ଉଦ୍ଧାର

ମାଲକାନଗିରି,୧୯ା୯ (ଓଡିଆ ପୁଅ )ଭୁବନେଶ୍ୱର ଠାରେ ବୋରେଓ୍ୟଲ କାମରେ ନିୟୋଜିତ ଥିବା ମାଲକାନଗିରି ଜିଲ୍ଲାର ୫ଜଣ ନାବାଳକ ଙ୍କୁ ପୁଲିସ ଓ ସାମଜିକ କର୍ମୀ ଉଦ୍ଧାର କରି ସେମାନଙ୍କ ଗାଁ କୁ ପଠାଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ୨ବର୍ଷ ତଳେ ମାଲକାନଗିରି ଥାନାସ୍ଥ ତଣ୍ଡିକି, ବଣ୍ଡିକି, ତଙ୍ଗଗୁଡା, ଆଦିବାସୀ ଗ୍ରାମର ରାଜୁ ପଡିଆମି,ନୋକି କବାସୀ,ଆଡମା କବାସୀ ,ଭିମା େଓ୍ୟଇକେ,ତପନ କାଲାର,୧୫ବର୍ଷରୁ ୧୮ବର୍ଷ ମଧ୍ୟରେ ୫ଜଣ ନାବାଳକ ଆନ୍ଦ୍ରପ୍ରଦେଶ ଇଛାପୁରମ ର ଏକ ଦଲାଲ ହାବୁଡରେ ପଡି ବୋରେଓ୍ୟଲ ଗାଡିରେ କାମ କରିବାକୁ ଯାଇଥିଲେ । ସେ ଦଲାଲ ଏହି ପିଲାମାନଙ୍କୁ ସେଠାରେ ଛାଡିଦେଇ ପଳାଇଆସିଥିଲା । ସେମାନେ ନିଜଘରକୁ ଫେରିବା ପାଇଁ ମାଲିକଙ୍କୁ କହିଥିଲେ ମଧ୍ୟ ବୋରେଓ୍ୟଲ କମ୍ପାନି ମାଲିକ ସେମାନଙ୍କୁ ନ ଛାଡି କାମରେ ଲଗାଇଥିଲେ । ଗତ ତିନି ଦିନତଳେ ସେ କମ୍ପାନି ପକ୍ଷରୁ ଭୁବନେଶ୍ୱର ନନ୍ଦନକାନନ ଅଚଂଳରେ ବୋରେଓ୍ୟଲ ଖୋଳାକାମ ଚାଲିଥିଲା, ସେହି କାମରେ ଏହି ୫ଜଣ ନାବାଳକ ନିୟୋଜିତ ଥିଲେ । କରୋନ ସମୟରେ ବୋରେଓ୍ୟଲ ଖୋଳା କାମରେ ନାବାଳକ ମାନେ ନିୟୋଜିତ ହୋଇଥିବାର ଦେଖି ସେଠାକାର ପୁଲିସ ମାନେ ସେହି ପିଲାମାନଙ୍କୁ ପଚରା ପଚରି କରିବାରୁ ସେମାନେ ସବୁ ମାଲକାନଗିରି ଜିଲ୍ଲାର ସେମାନଙ୍କୁ ଗତ ଦୁଇବର୍ଷହେଲା ମାଲିକ ବିଭିନ୍ନ ସ୍ଥାନକୁ ବୋରେଓ୍ୟଲ ଗାଡିରେ କାମକରିବାକୁ ପଠାଉଛନ୍ତି ନିଜ ଘରକୁ ଛାଡୁନାହାଁନ୍ତି ବୋଲି କହିଥିଲେ । ପୁଲିସ ସେହି ନାବଳକ ମାନଙ୍କୁ ସେଠରୁ ଉଦ୍ଧାରକରି ନିଜ ହେପଜତରେ ନେଇ ସାମାଜିକକର୍ମୀ ମାନଙ୍କ ମାଧ୍ୟମରେ ପିଲାମାନଙ୍କୁ ମାଲକାନଗିରି କୁ ବସ ଯୋଗେ ପଠାଇଦେଇଥିଲେ । ଆଜି ସକାଳେ ମାଲକାନଗିରି ବସ ଷ୍ଟାଣ୍ଡରେ ବସ ପହଁଚିବା ପରେ ଜିଲ୍ଲାଆଦିବାସୀ କର୍ମଚାରି ସଂଘ,ଆଦିବାସୀ ସମାଜ ମହାସଂଘ କର୍ମାକର୍ତା ମାନେ ପହଁଚି ସେମାନଙ୍କୁ ବଣ୍ଡିକି,ତଙ୍ଗଗୁଡା,ତଣ୍ଡିକି ଗ୍ରାମକୁ ନେଇ ସେମାନଙ୍କ ପରିବାରଙ୍କ ନିକଟରେ ଜିମା ଦେଇଛନ୍ତି । ଆସନ୍ତା ସୋମବାର ଦିନ ସଂପ୍ରୃକ୍ତ ଦଲାଲ ଙ୍କ ନାମରେ ଜିଲ୍ଲାଆଇନ ସେବା ପ୍ରାଧିକରଣ ବିଭାଗ ଓ ଶ୍ରମବିଭାଗ ନିକଟରେ କେସ କରାଯିବ ବୋଲି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ଓ ଜିଲ୍ଲା ଆଦିବାସୀ ସମାଜ ମହାସଂଘର କର୍ମକର୍ତା ମାନେ ସୁଚନା ଦେଇଛନ୍ତି ।