Odiapua.com

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର ୨୧.୧୧ (ଓଡ଼ିଆ ପୁଅ) ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତ୍ୱିତ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶ ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କର ସାମ୍ବିଧାନିକ ଅଧିକାର ଓ ମୌଳିକ ସୁଖ ସୁବିଧା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସର୍ବଦା ଚେଷ୍ଟିତ ଓ ଆଗାମୀ ଦିନରେ ଲଢ଼େଇ ଜୋରଦାର କରିବାର ଲକ୍ଷ ନେଇ ଆଗେଇ ବାକୁ ଦୃଢ଼ ପରିକର ବୋଲି ମତ ପୋଷଣ କରିବା ସଂଗେ ସଂଗେ ଜନାଭିମୁଖୀ ୬ ଟି ପ୍ରସ୍ତାବ ଉପରେ ନିଜର ଅଙ୍ଗିକାରବଦ୍ଧ ଘୋଷଣା କରିଛନ୍ତି। ଏହି ପରିବଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଶ୍ରୀ. ଜି ରୁଦ୍ର ରାଜୁ, ବରିଷ୍ଠ ଆଇନଜୀବି ତଥା ରାଜ୍ୟ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ କଂଗ୍ରେସର ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ତଥା ପିସିସି ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ଟ୍ରେନିଂର ମୁଖ୍ୟ ସଂଯୋଜକ ତଥା ପୂର୍ବତନ ଉପସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତି, ଶ୍ରୀମତୀ ରଶ୍ମି ମହାପାତ୍ର, ଓ ଅନ୍ୟମାନେ ସଭାରେ ଯୋଗଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଜିଲ୍ଲାର ଦିବଂଗତ ନେତୃବୁନ୍ଦଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଉପସଭାପତି ଶ୍ରୀ ଆଶିଷ ମଲ୍ଲିକ ୧ ମିନିଟ ନୀରବ ପ୍ରାର୍ଥନା କରିବାପାଇଁ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ୱର ଜିଲ୍ଲା ୬ଟି ପ୍ରସ୍ତାବକୁ ଜିଲ୍ଲାର ନୂତନ କର୍ମକର୍ତାଙ୍କ ଜ୍ଞାନ୍ତସାରରେ ପାରିତ କରାଯାଇଥିଲା। ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ ଜିଲ୍ଲା ମୁଖପାତ୍ର ସଂଜୀବ ମହାନ୍ତି ଉପସ୍ଥାପନ କରିଥିବା ବେଳେ ବ୍ଲକ ସଭାପତି ମିହିର ଆଚାର୍ଯ୍ୟ ସମର୍ଥନ କରିଥିଲେ। ଏହି ୬ଟି ପ୍ରସ୍ତାବ ଉପରେ ନୂତନ କର୍ମକର୍ତା ତଥା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟମାନେ ଆଲୋଚନା କରିଥିଲେ ଏବଂ ସର୍ବସମ୍ମତିକ୍ରମେ ଆସନ୍ତା ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସହରବାସୀଙ୍କ ସ୍ୱାର୍ଥକୁ ରକ୍ଷା କରିବାପାଇଁ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ପ୍ରତ୍ୟେକ ୱାର୍ଡକୁ ପଦଯାତ୍ରା ଏବଂ ଗୃହକୁ ଗୃହ କଂଗ୍ରେସ ସଂପର୍କ ଯାତ୍ରାକରି ଲୋକଙ୍କ ସମସ୍ୟାର ସମାଧାନ କରିବାପାଇଁ ସତଚେଷ୍ଟା କରାଯିବ।

ଏ ଚେଲା କୁମାର ଆସନ୍ତା ମୁନିସ୍‌ପାଲ ନିର୍ବାଚନରେ କଂଗ୍ରେସ କିଭଳି ବିଜୟ ହାସଲ କରିବ ତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ଗୋଟିଏ ମିନିଟ୍ ଆଉ ନଷ୍ଟ ନକରି ପ୍ରତ୍ୟେକ କଂଗ୍ରେସ କର୍ମୀ ନିଜ ୱାର୍ଡରେ ଜନସଂପର୍କ ଯାତ୍ରା କରିବା ସହିତ ଘରକୁ ଘର ବୁଲି କଂଗ୍ରେସ ର ନୀତି ଓ ଆଦର୍ଶକୁ ପ୍ରଚାର କରିବା ସହତ ନିଜ ୱାର୍ଡରେ କଂଗ୍ରେସକୁ ଶକ୍ତ କରିବାର ଦାୟୀତ୍ୱ ନେବାକୁ ପଡ଼ିବ। କୌଣସି ବିଶୃଙ୍ଖଳାକୁ ଗୋଟିଏ ମିନିଟ ପାଇଁ ବରଖାସ୍ତ କରାଯିବ ନାହିଁ। ୬୭ ଟି ୱାର୍ଡର ପଂପୂର୍ଣ୍ଣ ଖସଡ଼ା ପ୍ରସ୍ତୁତି କରିବା ସହିତ କିଭଳି ଲୋକଙ୍କ ସମସ୍ୟା ସହିତ ଏବଂ ଲୋକଙ୍କ ପାଇଁ ଲଢ଼ାଯିବ ତା ଉପରେ ଗୁରୁତ୍ୱରୋପ କରିଥିଲେ। ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ଅଶୋକ ଦାସ ୨ ନମ୍ବର ବ୍ଲକ ସଭାପତି ଧନ୍ୟବାଦ ଅର୍ପଣକରିବା ସହିତ ବିଗତ ଦିନରେ ଜିଲ୍ଲା କଂଗ୍ରେସ ଯେଉଁସବୁ କାର୍ଯ୍ୟକ୍ରମ କରିଥିଲେ ତାହାର ଏକ ବିସ୍ତୃତ ବିବରଣୀ ପାଠ କରିଥିଲେ। ଭୁବନେଶ୍ୱରରେ ଥିବା ୮୦ ଜଣରୁ ଅଧିକ ରାଜ୍ୟ କଂଗ୍ରେସର ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଜିଲ୍ଲାର ସମସ୍ତ ନେତୃବୃନ୍ଦଙ୍କ ସହ ମିଶି କିଭଳି ଭୁବନେଶ୍ୱର ଜିଲ୍ଳାର କଂଗ୍ରେସକୁ ସୁଦୃଢ଼ କରିବା ସହିତ ଆସନ୍ତା ନିର୍ବାଚନରେ କିଭଳି ତିନୋଟି ଆସନ ଜିତାଯିବ ସେ ନେଇ ଆଲୋଚନା ହୋଇଥିଲା। ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ସର୍ବଭାରତୀୟ ଜାତୀୟ କଂଗ୍ରେସର ନିର୍ଦ୍ଦେଶକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଏହି କଳା ତିନି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହୃତ କରିନେବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହା ଗଣତନ୍ତ୍ରର ବିଜୟ, କୃଷକଙ୍କର ବିଜୟ ବୋଲି କହିଥିଲେ। ଗଣତନ୍ତ୍ରରେ ଜନତାଙ୍କ ସ୍ୱର ସବୁଠାରୁ ଶକ୍ତିଶାଳି ବୋଲି ଆଜି ଏହା ପ୍ରମାଣିତ ହେଲା। ଅହଂକାରୀ ସରକାରର ପରାସ୍ତ ହେଲା ଖାଲି ସେତିକି ନୁହେଁ। ଦୀର୍ଘ ୭ ବର୍ଷ ଭିତରେ ନରେନ୍ଦ୍ର ମୋଦି ସରକାର ଯେତେସବୁ ଆଇନ ଆଣିଛନ୍ତି ତାହା ସମସ୍ତ ଜନବିରୋଧି ଏ ସରକାର ଭାରତ ବର୍ଷର ସମସ୍ତ ସାମ୍ବିଧାନିକୁ ଆଜି କରାୟତ କରିସାରିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ତାଙ୍କ ବକ୍ତବ୍ୟରେ କହିଥିଲେ ଏ ତାନାସାୟି ସରକାର ଓ ବିରୋଧରେ ତାଙ୍କର ଜନମାରଣ ନୀତି ବିରୋଧରେ ଆନ୍ଦୋଳନ ଜାରି ରହିବ।

ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ବ୍ଲକ ସଭାପତି ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିଆର ସିଂ, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଶତୃଘନ ବେହେରା, ଯୋଗୀନାଥ ନାୟକ, ଦୀପକ କୁମାର ମହାପାତ୍ର, ପ୍ରଶନ୍ନ ପରିଡ଼ା, ପ୍ରଣତୀ ମିଶ୍ର, ପ୍ରଦୀପ ମହାପାତ୍ର, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର, ସ୍ୱାଧୀନବାଳା ଦାସ, ଚୈତାଳି ପଟ୍ଟନାୟକ, ଏମଏ ପରିୱିନ, ଲକ୍ଷ୍ମୀପ୍ରିୟ ଦାସ, ଲିପିନା ବାରିକ, ପ୍ରଭାବତି ପଟ୍ଟନାୟକ, ସୌମେନ୍ଦ୍ର ମହାନ୍ତି, ଶରତ ସାମଲ, ଶୁଭ୍ରଜ୍ୟୋତି ଲେଙ୍କା, ପ୍ରଭାତ ପ୍ରତାପ ସିଂ, ରମାକାନ୍ତ ଦାସ, ନିଆଜୁଲ ଇମଲାମ, ଉଦ୍ଦିତ ପ୍ରଧାନ, ଦେବଦତ ରାୟ, ସେକ ତାକୱିନ, ଦେବାଶିଷ ଦାସ, ରାଜକିଶୋର ବାରିକ, ସଂକୁନା ନାୟକ, ଦେବୀପ୍ରସାଦ ସ୍ୱାଇଁ, ମନୋଜ ନାୟକ, ମିତ୍ରଭାନୁ ମହାପାତ୍ର, ଆଲୋକ ମହାନ୍ତି, ରଞ୍ଜିତ ପାତ୍ର, କ୍ଷୀରୋଦ ବେହରା, ଆତ୍ମାରାମ ପତି, ଦେଓ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।