Odiapua.com

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୨୫-୩ (ଓଡ଼ିଆ ପୁଅ) ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ। ଏଥିପାଇଁ ବିଏମସି ତରଫରୁ କ୍ୟାମ୍ପ କରାଯାଇ କୋଭିଡ୍ ଟେଷ୍ଟ କରାଯିବ।

ସୂଚନାଯୋଗ୍ୟଯେ, ରାଜ୍ୟରେ ପୁଣି କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି। ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ରାଜ୍ୟରେ ଗତକାଲି ରିପୋର୍ଟ ଅନୁଯାୟୀ, ଦିନକରେ ୧୭୦ ପଜିଟିଭ ଚିହ୍ନଟ ହୋଇତିଲେ। ସଙ୍ଗରୋଧରୁ ୯୯, ସ୍ଥାନୀୟ ୭୧ ଥିଲେ ତେବେ ମୋଟ ପଜିଟିଭ ୩,୩୯,୨୪୬କୁ ବୃଦ୍ଧି ପାଇଛି।