Odiapua.com

ଭୁବନେଶ୍ୱର ଉପକଣ୍ଠରେ ବ୍ୟାପୁଛି ହାଡ଼ଫୁଟି, ପ୍ରତିକାର ପାଇଁ ଦାବି

ଭୁବନେଶ୍ୱର;୨୧,୦୩,୨୦୨୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଭୁବନେଶ୍ୱର ଉପକଣ୍ଠ ଡମଣା ହାଟ ନିକଟସ୍ଥ ୬ ନମ୍ବର ୱାର୍ଡ ନୀଳପଡ଼ିଆ ବସ୍ତିରେ ହାଡଫୁଟି ବ୍ୟାପିବାରେ ଲାଗିଛି।ଆବଶ୍ୟକୀୟ ନିରାକରଣ ବ୍ୟବସ୍ଥା ଅଭାବରୁ ହାଡ଼ଫୁଟି ସଂକ୍ରମିତ ହେବାରେ ଲାଗିଛି।ତେଣୁ ଏହାକୁ ନିୟନ୍ତ୍ରଣ କରିବା ତଥା ନିରାକରଣ କରିବା ସହିତ ପରିମଳ ବ୍ୟବସ୍ଥାର ସୁପରିଚାଳନା,ସଂପୃକ୍ତ ଅଞ୍ଚଳରେ ମଶା ମରା ତେଲର ଛିଞ୍ଚନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ପାଇଁ ଦାବି ହେଉଛି। ଏ ନେଇ ଚନ୍ଦ୍ରଶେଖରପୁର ମଣ୍ଡଳ ବିଜେପି ସଭାନେତ୍ରୀ ମାନସୀ ମଞ୍ଜରୀ ରାୟପାଢ଼ୀଙ୍କ ନେତୃତ୍ୱରେ ଏକ ଦାବି ପତ୍ର ବିଏମସି ଡେପୁଟି କମିଶନରଙ୍କୁ ପ୍ରଦାନ କରାଯାଇଛି।