Odiapua.com

ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଜନଜାଗରଣ ଯାତ୍ରା

ଭୁବନେଶ୍ୱର ୨୬.୧୧ (ଓଡ଼ିଆ ପୁଅ) – କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀର, ତୈଳଦର ବୃଦ୍ଧି, ବେରୋଜଗାରୀ, ନାରୀ ସୁରକ୍ଷା ଇତ୍ୟାଦି ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟସାରା ନଭେମ୍ବର ୧୪ ତାରିଖରୁ “ଜନଯାଗରଣ ଅଭିଯାନ” ଅଭିଯାନ ଆରମ୍ଭ ହୋଇସାରିଛି। ଏହି ପରୀପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଂଜଣା ଗ୍ରାମ ପଂଚାୟତରେ ଜନଯାଗରଣ ଯାତ୍ରା କରାଯାଇଛି।

୨ନଂ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଦାସ ଓ ପଂଚାୟତ ଆବାହକ ଶ୍ରୀ ଚନ୍ଦ୍ରକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଇଂଜଣା ଗ୍ରାମ ତାରିଣୀ ମନ୍ଦିର ପାଖରୁ ପଦଯାତ୍ରାରେ ବାହାରି ଇଂଜଣା ଓ ପଦ୍ମକେଶରପୁର ଗ୍ରାମ ପରିକ୍ରମା କରି କେନାଲବନ୍ଧ ସ୍କୁଲ ପାଖେ ପଂହଚିଥିଲେ। ସେଠାରେ ଗ୍ରାମର ଜନସାଧାରଣଙ୍କୁ ନେଇ ଏକ ଆଲୋଚନା ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ଯୋଗଦେବା ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଥିଲେ ଦରବୃଦ୍ଧି ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ସବୁବର୍ଗର ଲୋକ ହିନସ୍ତା ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାରଣନୀତି ଯୋଗୁଁ ଦେଶ ଓ ରାଜ୍ୟର ଅବସ୍ଥା ଆଜି ସବୁଦିଗରୁ ଖରାପ ଆଡ଼କୁ ଗତି କରୁଛି। ଆଜି ଯଦି ଆମେ ଶୋଇରହିବା ତେବେ ଦେଶ ବୁଡ଼ିଯିବ। ତେଣୁ ସମୟ ଆସିଛି ଜନସାଧାରଣ ଜାଗ୍ରତ ହୁଅନ୍ତୁ ଦୁର୍ନୀତି, ଅପରାଧ ଓ ଶୋଷଣ ବିରୋଧରେ କଂଗ୍ରେସ ଦଳ ସହ ମିଶି ଆବାଜ ଉଠାନ୍ତୁ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସମ୍ପାଦକ ଶ୍ରୀ ସୁବତ୍ର ମହାପାତ୍ର, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଜିତେନ୍ଦ୍ର ବିଶ୍ୱାଳ, ମିହିର ଆଚାର୍ଯ୍ୟ, ଶ୍ରୀଧର ବଳିଆରସିଂ, ମନୋରଞ୍ଜନ ଜେନା, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ସଂଜୀବ ମହାନ୍ତି, ଗଣେଶ ରାଉତ, ଅଭିରାମ ଭୋଇ, ମିତ୍ରଭାନୁ ମହାପାତ୍ର, ଶଙ୍କର ନାୟକ, ସୁକାନ୍ତ ଭୋଇ, ପ୍ରମେଶ ସାହୁ, ଟୁନୁ ପତି, ରାଜକିଶୋର ଭୋଇ, ସୁରେନ୍ଦ୍ର ପତି, ସୁଜନ ଭୋଇ, ଚର୍ତୁଭୁଜ ଭୋଇ, ଦେବାଶିଷ ଦାସ, ସୌମେନ୍ଦ୍ର ମହାନ୍ତି, ସେକ ତାକୱିମ, ଶୁଭ୍ରଜ୍ୟୋତି ଲେଙ୍କା, ଦେବଦତ ରାୟ ପ୍ରମୁଖ ଉପସ୍ଥିତଥିଲେ।