Odiapua.com

ଭୁବନେଶ୍ୱରରେ ଟିକାକରଣ ନେଇ ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ୱର ୧୫-୧ (ଓଡ଼ିଆ ପୁଅ) ଭୁବନେଶ୍ୱରରେ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ସେ କହିଛନ୍ତିୟୋ, କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪, KIIMS, SUM ଓ AIIMSରେ ଟିକାକରଣ କରାଯିବ। ପ୍ରଥମ ଦିନରେ ପ୍ରତି ଭ୍ୟାକ୍ସିନେସନ୍ ସେଣ୍ଟରରେ ୧୦୦ ଜଣଙ୍କୁ ଟିକା ଦେବା ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟଯେ, ଆସନ୍ତାକାଲି ରାଜ୍ୟର ୧୬୦ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ। ଏଥିପାଇଁ ରାଜ୍ୟସରକାର ସବୁ ପ୍ରସ୍ତୁତି ସାରିଛନ୍ତି। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଂଜିକୃତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର।

ତେବେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଟିକାକରଣ ବାରଣ କରାଯାଇଛି।