Odiapua.com

ଭୁବନେଶ୍ୱରରେ ଜାନୁୟାରୀ ୨୦୨୦ରେ ହେବ ପ୍ରଥମ ସର୍ବବୃହତ ଆଇଟି ଅଧିବେଶନ କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆର ୫୩ ତମ ଜାତୀୟ ଅଧିବେଶନ

ଭୁବନେଶ୍ୱର:- ୧୬ ଅକ୍ଟୋବର, ୨୦୧୯ (ଓଡ଼ିଆ ପୁଅ) କମ୍ପ୍ୟୁଟର ବୁଦ୍ଧିଜୀବି ମାନଙ୍କପାଇଁ ଭାରତର ପ୍ରଥମ ଏବଂ ସର୍ବବୃହତ ସଂଗଠନର ୫୩ ତମ ଜାତୀୟ ଅଧିବେଶନ ଆଗାମୀ ୨୦୨୦ ଜାନୁୟାରୀ ୧୬ରୁ ୧୮ ମଧ୍ୟରେ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଏକ କର୍ଟେନ ରେଜର ବା ପ୍ରାକ୍ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଇଲୋକଟ୍ରୋନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକୀ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ, ସିଏସଆଇର ସଭାପତି ପ୍ରଫେସର ଏକେନାୟକ ସମ୍ମାନିତ ଅତିଥି, ଏବଂ ସିଏସଆଇର ପୂର୍ବତନ ସଭାପତି ତଥା ଜାତୀୟ ଅଧିସ୍ୱୀକୃତି ବୋର୍ଡର ଚେୟାରମ୍ୟାନ ପ୍ରଫେସର କେ.କେ ଅଗ୍ରୱାଲ ମୁଖ୍ୟ ବକ୍ତାରୂପେ ଯୋଗ ଦେଇଥିଲେ। ସିଏସଆଇ ୨୦୨୦ର ମେଂଟର ତଥା କିଟି ବିଶ୍ୱବିଦ୍ୟାଳୟର ପ୍ରୋ ଭିସି ପ୍ରଫେସର ସସ୍ମିତା ସାମନ୍ତ ଏହି ବୈଠକରେ ସଭାପତିତ୍ୱ କରିଥିବାବେଳେ ସିଏସଆଇ ୨୦୨୦ର କନଭେନର ମାନଓ ପଟ୍ଟନାୟକ ସିଏସଆଇ ବିଷୟରେ ସମ୍ୟକ୍ ସୂଚନା ଦେଇଥିଲେ। ଏହାପରେ ଏନଆଇସିର ପୂର୍ବତନ ନିର୍ଦ୍ଦେଶକ ଡ. ଆର ଏନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସିଏସଆଇ ୨୦୨୦ ଜାତୀୟ ଅଧିବେଶନର ଆୟୋଜକ ସଚିବ, ସଭାପତି, ଏବଂ ସିଏସଆଇ ଦଳମାନଙ୍କର ବିଭିନ୍ନ ସଦସ୍ୟମାନେ ଏହି ଉପଲକ୍ଷେ ଉପସ୍ଥିତ ଥିଲେ।

ଏହି ତିନିଦିନିଆ ଜାତୀୟ ଅଧିବେଶନ ଭୁବନେଶ୍ୱରରେ ହେବାକୁ ଥିବା ସର୍ବଶ୍ରେଷ୍ଠ, ପ୍ରଥମ ଏବଂ ସମ୍ମାନସ୍ପଦ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଅଧିବେଶନ। ଏଥର ଏହି ଅଧିବେଶନର ବିଷୟ ବସ୍ତୁ ରହିଛି ଡିଜିଟାଲ- ଡେମୋକ୍ରାସୀ- ଆଇଟି ଫର ଚେଂଜ।ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାରଙ୍କର ପ୍ରଚେଷ୍ଠା ଫଳରେ ଡିଜିଟାଲ ସଂଯୋଗ ଏବଂ ସମାଜର ସବୁ ସ୍ତରରେ ପ୍ରଯୁକ୍ତି ବିଦ୍ୟାକୁ ପହଂଚାଇବାର ଲକ୍ଷ୍ୟ ଯୋଗୁଁ ଏହି ଜାତୀୟ ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଅଧିବେଶନରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ୫ଟି ଉଦ୍ୟମ ଉପରେ ମଧ୍ୟ ଆଲୋକପାତ କରାଯିବ କାରଣ ଏହା ଡିଜିଟାଲ ଗଣତନ୍ତ୍ରର ଏକ ପ୍ରମୁଖ ଅଂଗ। ଏହି ସୋସାଇଟିର ଏଥିପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସିଏସଆଇ-ଇ ରତ୍ନ ସମ୍ନାନରେ ସମ୍ମାନିତ କରିବାକୁ ଚାହେଁ। ଏହି ଅଧିବେଶନରେ ଯୋଗଦେବାପାଇଁ ପଂଜିକରଣ ତଥ୍ୟ ସବୁକୁ ଏହାର ୱେବ ସାଇଟ ଙ୍ଗଙ୍ଗଙ୍ଗ.ମଗ୍ଦସ୨୦୨୦.ସଦ୍ଭ ରେ ପାଇବେ। ଅଧିକ ଜାଣିବା ପାଇଁ ଜଣେ ଙ୍ଗଙ୍ଗଙ୍ଗ.ମଗ୍ଦସ-ସଦ୍ଭୟସବ.କ୍ଟକ୍ସଶ/ମଗ୍ଦସ.ସଦ୍ଭ ରେ ଲଗଇନ୍ କରନ୍ତୁ।

ଏହି ଉପଲକ୍ଷେ ଭାଷଣ ଦେଇ ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ ଯେ ଓଡିଶାପାଇଁ ଏପରି ଏକ ଅଧିବେଶନ ଗର୍ବର କ୍ଷଣ କାରଣ ସାରା ଭାରତର ବିଭିନ୍ନ ସ୍ଥାନରୁ ସଂଖ୍ୟାଧିକ ବୃତିଧାରୀ ଏହି କାମରେ ଯୋଗ ଦେବେ। ଏହା ରାଜ୍ୟରେ ନିବେଶକମାନଙ୍କୁ ରାଜ୍ୟରେ ନିବେଶ କରିବା ଏବଂ ଷ୍ଟାର୍ଟଅପମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ଏହି ଅଧିବେଶନରେ ମଧ୍ୟ ଆଇଟି କ୍ଷେତ୍ରରେ ଗବେଷଣା କରୁଥିବା ସଂସ୍ଥାମାନେ ଭାଗନେବେ। ରାଜ୍ୟରେ ଆମେ ଆଇଟି କ୍ଷେତ୍ରର ବିକାଶ ଏବଂ ଏନେଇ ଭିତିଭୂମିର ବିକାଶ ଦିଗରେ ମଧ୍ୟ କାମ କରିବା ଦିଗରେ ଧ୍ୟାନ ଦେଉଛୁ ବୋଲି ସେ ମତ ଦେଇଥିଲେ।

ଏହି ଅଧିବେଶନ ବିଭିନ୍ନ ଭାଗନେଉଥିବା ପ୍ରତିନିଧି ମାନଙ୍କୁ ସେମାନଙ୍କର ମତ ବିନିମୟ କରିବା ଏବଂ ଡିଜିଟାଲ ଡେମୋକ୍ରାସୀ:- ଆଇଟି ଫର ଚେଂଜ ନାମକ ବିଷୟ ବସ୍ତୁକୁ ନେଇ ବର୍ତମାନ ସମୟରେ ସେମାନଙ୍କର ଚିନ୍ତାଧାରକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ମତ ଦେବେ। ଏହି କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରହିବ। କନଭେନସନ, କନଫରେନ୍ସ ଏବଂ ପୁରସ୍କାର ପ୍ରଦାନ ସମାବେଶ। ଏହି ଅଧିବେଶନ ସମୟରେ ପାଖାପାଖି ୩୦ ଜଣ ଆଇଟି ଉଦ୍ୟୋଗୀ ଏବଂ ଷ୍ଟାର୍ଟ ଅପ କମ୍ପାନୀମାନଙ୍କୁ ସମ୍ମାନିତ କରାଯିବ। ଏତଦବ୍ୟତୀତ ଏହି କନଭେନସନରେ ଆଇଟି କ୍ଷେତ୍ରକୁ ପୁଂଜି ନିବେଶ ଆଣିବାରେ ସହାୟକ ହେବ।

“ବର୍ତମାନ ସମୟର ଆହ୍ୱାନ ହେଉଛି ଯେ ଆମ ଯୁବ ସମାଜ ଯେଉଁମାନେ ଏବେ ଆଇଟିରେ ଦକ୍ଷତା ହାସଲ କରୁଛନ୍ତି ସେମାନେ କିପରି ଏହି ଆଇଟିର ସାମାଜିକ ସମସ୍ୟା ସବୁର ସମାଧାନ କରିପାରିବେ ତାହା ଉପରେ ଚିନ୍ତା କରିବା ଏବଂ ବିଚାର କରିବା ଦରକାର। ଏଣୁ ପ୍ରକୃତପକ୍ଷେ ସେମାନେ ଜାଣିଥିବା ଆଇଟି ବା ସୂଚନା ବିଜ୍ଞାନର ପ୍ରୟୋଗରେ ସେମାନେ କେଉଁ ସମସ୍ୟାର ସମାଧାନ କରିପାରିବେ ତାହା ଚିନ୍ତା କରିବା ଦରକାର।” ସିଏସଆଇର ପୂର୍ବତନ ସଭାପତି ଏବଂ ଜାତୀୟ ଆକ୍ରେଡିସନ ବୋର୍ଡର ଚେୟାରମ୍ୟାନ ପ୍ରଫେସର କେ.କେ ଅଗ୍ରୱାଲ ମତ ଦେଇଥିଲେ।

ଏଥରର ଚୟନିତ ବିଷୟବସ୍ତୁ ଇ-ଗଣତନ୍ତ୍ର ଏଥରର ସମୟର ସବୁଠାରୁ ବଡ ଆବଶ୍ୟକତା। ଭାରତ ବର୍ଷ ୧୩୨ କୋଟି ଲୋକଙ୍କର ଦେଶ ଏବଂ ଏହା ୬୯% ଲୋକ ଗା୍ରମବାସୀ ହୋଇଥିବାବେଳେ ୩୧% ଲୋକ ସହରରେ ବାସ କରନ୍ତି। ଏହି କ୍ଷେତ୍ରରେ ଡିଜିଟାଲ ଡିଭାଇଡ୍ ରହିଛି ଏବଂ କମ୍ପ୍ୟୁଟର ଏବଂ ପ୍ରଦ୍ୟେଗିକୀ ବ୍ୟବସ୍ଥା ସାଧାରଣ ଲୋକଙ୍କୁ ଶିକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଯାହା ପ୍ରକୃତପକ୍ଷେ ଗଣତନ୍ତ୍ରକୁ ବୁଝାଊଛି ବୋଲ ସିଏସଆଇର ସଭାପତି ପ୍ରଫେସର ଏ.କେ. ନାୟକ କହିଥିଲେ।

ଦେଶରେ କମ୍ପ୍ୟୁଟର ବିଜ୍ଞାନର ଉନ୍ନତି ଫଳରେ ସାଧାରଣ ଲୋକ ଶାସନ ବ୍ୟବସ୍ଥାସହ ଯୋଡି ହୋଇଛନ୍ତି ଏହି ପରିପ୍ରେକ୍ଷୀରେ ସିଏସଆଇ କନଭେନସନ ୨୦୨୦ରୁ ଅଧିକ ବଡ ପ୍ଲାଟଫର୍ମ କିଛି ହୋଇପାରିନଥାନ୍ତା ବୋଲି ସିଏସଆଇ କନଭେନସର ମେଂଟର ତଥା କିଟ୍ ବିଶ୍ୱବିଦ୍ୟାଳୟର ପୋ୍ର ଭିସି ପ୍ରଫେସର ସସ୍ମିତା ସାମନ୍ତ ମତ ଦେଇଥିଲେ। ଏହି କନଭେନସନ ଦ୍ୱାରା ଯେ ଇଂଜନିୟରଂ ଅନୁଷ୍ଠାନ ଏବଂ ପ୍ରଫେଶନାଲ ଅନୁଷ୍ଠାନ ଗୁଡିକ ସମନ୍ୱିତ ହେବେ ତାହା ନୁହେଁ ବରଂ ଏହା ରାଜ୍ୟକୁ ଅଧିକ ନିବେଶକ ଆଣିବାରେ ସହାୟକ ହେବ ବୋଲି ଶ୍ରୀମତି ସାମନ୍ତ ମତ ଦେଇଥିଲେ।

ଇଂଟରନେଟ୍ ଏବଂ ମୋବାଇଲ ଟେକ୍ନୋଲୋଜି ଦ୍ୱାରା ସାଧାରଣନାଗରିକମାନେ ଅଧିକରୁ ଅଧିକ ସୁବିଧା ସୁଯୋଗ ପାଉଥିବା ବେଳେ ସେମାନେ ଅଧିକ ସଶକ୍ତ ହେଉଛନ୍ତି ଏବଂ ସରକାର ଅଧିକରୁ ଅଧିକ ସେବା ନାଗରିକମାନଙ୍କୁ ପ୍ରଦାନ କରିବାରେ ସହାୟକ ହେଉଛନ୍ତି ବୋଲି ସିଏସଆଇ ୨୦୨୦ କନଭେନସନର କନଭେନର ମାନସ ପଟ୍ଟନାୟକ ମତ ଦେଇଥିଲେ। ବର୍ତମାନ ରାଜ୍ୟସରକାରଙ୍କ ଦ୍ୱାରା ନିଆଯାଇଥିବା ୫ଟି ଉଦ୍ୟମ ଡିଜିଟାଲ ଡେମୋକ୍ରାସୀ ର ଏକ ସମୃଦ୍ଧ ଉଦାହରଣ ଯାହା ସାରା ରାଜ୍ୟରେ ପରୀକ୍ଷମୂଳକଭାବେ ଲାଗୁ କରାଯାଇଛି ବୋଲି ସେ କହିଥିଲେ।

ଏହି କନଭେନସନ ବା ଅଧିବେଶନରେ ଦେଶ ଏବଂ ବିଦେଶର ବିଭିନ୍ନ ସ୍ଥାନରୁ ୧୦୦୦ରୁ ଅଧିକ କମ୍ପ୍ୟୁଟର ବୃତିଧାରୀ ଏବଂ ଛାତ୍ରମାନେ ଯୋଗ ଦେବେ। ଏହାବାଦ୍ ଶିଳ୍ପ ବିଶାରଦ, ଶିକ୍ଷାବିତ୍, ସରକାରୀ କର୍ମଚାରୀ, ଛାତ୍ରଛାତୀଙ୍କ ପରି ସମାଜର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଯୋଗ ଦେବେ। ଏହି କନଭେନସନରେ ସାଧାରଣଲୋକଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଭାଷଣ, ପେପର ପ୍ରେଜଂଟଟେସନ, ଏକାଧିକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ। ନୂଆ କରି ଆରମ୍ଭ ହୋଇଥିବା ଦ୍ରବ୍ୟ ଏବଂ ସେବା ସମୁହର ପ୍ରଦର୍ଶନୀ ମଧ୍ୟ ଏଠାରେ ଲାଗିବାର କାର୍ଯ୍ୟକ୍ରମ ରହିଛି।

୧୯୬୫ରେ କିଛି ହାତ ଗଣତି କମ୍ପ୍ୟୁଟର ବୃତିଧାରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କମ୍ପ୍ୟୁଟର ସୋସାଇଟ ଅଫ ଇଣ୍ଡିଆ ଏବେ ଦେଶର ପ୍ରଥମ ଏବଂ ସର୍ବବୃହତ ଜାତୀୟ ଅନୁଷ୍ଠାନରୂପେ ଆତ୍ମପ୍ରକାଶ କରିଛି। ୧୯୬୬ରୁ ଏହି ଅନୁଷ୍ଠାନ ଦେଶର ବିଭିନ୍ନ ସହରରେ ତାର ଜାତୀୟ ଅଧିବେଶନକୁ ଏକ ସମ୍ମାନସ୍ପଦ କାର୍ଯ୍ୟକ୍ରମରୂପେ ପାଳନ କରିଆସୁଛି।ଏହି କନଭେନସନରେ ସାଧାରଣତଃ ବୈଷୟିକ ଅଧିବେଶନ, ଟ୍ୟୁଟରିଆଲ, ଦଳଗତ ଆଲୋଚନା, ପ୍ରଦର୍ଶନୀ ଏବଂ ପୁରସ୍କାର ସମାରୋହ ଆୟୋଜିତ ହୋଇଥାଏ।