Odiapua.com

ଭୁବନେଶ୍ୱରରେ ଚାଞ୍ଜଲ୍ୟ : ଆଇଆରସି ଭିଲେଜ ସରକାରୀ ସ୍କୁଲ ପଡିଆରେ ନର କଙ୍କାଳ ଠାବ

ଭୁବନେଶ୍ୱର ୨୯-୧୧ (ଓଡ଼ିଆ ପୁଅ) ଭୁବନେଶ୍ୱର ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ନର କଙ୍କାଳ ପଡ଼ିରହିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏକ ପଲିଥିନ୍‌ରେ ବନ୍ଧା ହୋଇ ପଡ଼ିଛି ହାଡ଼ ଓ ଖପୁରି। ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ପଲିଥିନ ରେ ତିନୋଟି ମଣିଷ କଙ୍କାଳ ଥିବା ସୂଚନା ମିଳିଛି। ତେବେ କିଏ ଏବଂ କାହିଁକି ପଲିଥିନରେ ଏହି ସବୁ କଙ୍କାଳ ଫିଙ୍ଗିଛି ତାହାର ତଦନ୍ତ ଚାଲିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି।