Odiapua.com

ଭୁବନେଶ୍ୱରରେ ଆରମ୍ଭ ହେଲା ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାଡ୍ ଏଥିକାଲ୍ ହ୍ୟାକିଙ୍ଗ୍ ପ୍ରଶିକ୍ଷଣ

ଭୁବନେଶ୍ୱର ୨୫ ଜୁନ୍, ୨୦୧୯ (ଓଡ଼ିଆ ପୁଅ) : ଶିଳ୍ପକ୍ଷେତ୍ରରେ ସାଇବର ସୁରକ୍ଷାରେ ଅନାଧିକାର ପ୍ରବେଶ ବୃଦ୍ଧିହେତୁ ସାଇବର ସିକ୍ୟୁରିଟିର ଚାହିଦା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ଏପରି ଏକ ଅନାଧିକାର ପ୍ରବେଶକୁ ସଂବୋଧନ କରି ଭୁବନେଶ୍ୱର ସ୍ଥିତ ଏକ ସଂସ୍ଥା ‘ଡିଜିଟାଲ୍ ଟ୍ୟାଲେଣ୍ଟ’ ଡିଜିଟାଲ୍ ମାର୍କେଟିଂ ଉପରେ ବୃତିଗତ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଭୁବନେଶ୍ୱରରେ ଆରମ୍ଭ କରୁଅଛି ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାଡ୍ ବିଭିନ୍ନ ପ୍ରକାରର ଏଥିକାଲ୍ ହ୍ୟାକିଙ୍ଗ୍ କୋର୍ସ ମଡେଲ୍। ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ପ୍ରମାଣିକତା ସହ ଡିଜିଟାଲ୍ ଟ୍ୟାଲେଣ୍ଟ୍ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତିର ସୁଯୋଗ ମଧ୍ୟ ପ୍ରଦାନ କରିଥାଏ।

ସାଇବର ସିକ୍ୟୁରିଟି ଉପରେ ସୂଚନା ଦେଇ ‘ଡିଜିଟାଲ୍ ଟ୍ୟାଲେଣ୍ଟ’ର ପ୍ରତିଷ୍ଠାତା ସୃତି ରଞ୍ଜନ ସାହୁ କହିଲେ, “ଆମେ ଡିଜିଟାଲ୍ ଟ୍ୟାଲେଣ୍ଟରେ ଡିଜିଟାଲ୍ ମାର୍କେଟିଂ ଉପରେ ଗୁରୁତ୍ୱ ଦେଉଅଛୁ। ଡିଜିଟାଲ୍ ଦୁନିଆ ସଦା ସର୍ବଦା ପ୍ରଗତିଶୀଳ ଏହାର କୌଣସି ନିର୍ଦ୍ଧିଷ୍ଟ ଶୀର୍ଷସୀମା ନାହିଁ। ଭାରତରେ ଥବା ୟୁନିଭର୍ସିଟି ପାଇଁ ବଦଳୁଥବା ସମାଜ ସହ ପାଠ୍ୟପୁସ୍ତକକୁ ବାରମ୍ବାର ବଦଳାଇବା କଷ୍ଟସାଧ୍ୟ। ଏଥିନିମନ୍ତେ ଡିଜିଟାଲ୍ ଟ୍ୟାଲେଣ୍ଟ ସମୟ ସହ ତାଳ ଦେଇ ଗତି କରୁଥବା ବ୍ୟବସ୍ଥା ଆପଣାଇବା ସହ ସୁନିଶ୍ଚିତତା ପ୍ରଦାନ କରିଥାଏ କି ଡିଜିଟାଲ୍ ମାର୍କେଟିଂ ଉପରେ ଡିଜିଟାଲ୍ ଟ୍ୟାଲେଣ୍ଟରେ ପ୍ରଦତ ପାଠ୍ୟକ୍ରମ ସର୍ବଦା ଆଧୁନିକ ପ୍ରଣାଳୀର। ଫୋବସ୍ର ତଥ୍ୟ ଅନୁଯାୟୀ, ସେଣ୍ଟର ଫର୍ ସାଇବର ସେଫ୍ଟି ଏଣ୍ଡ୍ ଏଜୁକେସନ୍ର ତଥ୍ୟ ମୁତାବକ ସାଇବରସ୍ପେସ୍ରେ ଖାଲି ପଡିଥିବା ସିକ୍ୟୁରିଟିଜନିତ ନିଯୁକ୍ତି ୨୦୧୫ରେ ୧.୫ ନିୟୁତରୁ ୨୦୨୨ରେ ୧.୮ ନିୟୁତ ପହଂଚିବାର ସମ୍ଭାବନା ରହିଅଛି। ସାଇବର ସ୍ପେସ୍ସିକ୍ୟୁରିଟି ସ୍କିଲ୍ ଅସରନ୍ତି ଅଟେ। ଡିଜିଟାଲ୍ ଟ୍ୟାଲେଣ୍ଟରେ ଆମେ ସାଇବର ସ୍ପେସ୍ସିକ୍ୟୁରିଟି ସ୍କିଲ୍ ଉପରେ ଗୁରୁତ୍ୱ ଦେବା ସହ ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ପ୍ରୋଫେସ୍ନାଲ୍ ତିଆରି କରିବାର ଲକ୍ଷ୍ୟ ରଖିଅଛୁ ଯାହା ସବୁଠାରୁ ମହତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ସହ ସମାଜରେ ଏକ ସାଇବର ସୁରକ୍ଷିତ ରାଷ୍ଟ୍ରକୁ ସମର୍ଥନ କରିବାରେ ସକ୍ଷମ ହେବ। ”

ବର୍ତମାନ ସବୁଆଡେ ସାଇବର ଠକେଇ ବୃଦ୍ଧିପାଉଥିବାରୁ ସମସ୍ତ ବ୍ୟକ୍ତି ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ଯେପରି କେହି ମଧ୍ୟ କାହାର ବ୍ୟକ୍ତିଗତ ତଥ୍ୟ ନେଇ ପାରିବେ ନାହିଁ। ଏଥିନିମନ୍ତେ ସାଇବର ସିକ୍ୟୁରିଟି ବିଶେଷଜ୍ଞ ଜରୁରୀ। ସାଇବର ଠକେଇଜନିତ ସମସ୍ୟା ବୃଦ୍ଧିହେତୁ ଏଥିକାଲ୍ ହ୍ୟାକିଙ୍ଗ୍କୁ କ୍ୟାରିୟର୍ ରୂପରେ ଗ୍ରହଣ କରିବାରେ ତତ୍ପରତା ପ୍ରକାଶ ପାଉଅଛି।

ଆଜିକାଲି ଯୁଗରେ ସାଇବର ସୁରକ୍ଷାର ମହତ୍ୱକୁ ଧ୍ୟାନରେ ରଖି ‘ଡିଜିଟାଲ୍ ଟ୍ୟାଲେଣ୍ଟ’ ନେଟୱର୍କ ତଥା ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଅଛି ଯାହା ଛାତ୍ରଛାତ୍ରୀଙ୍କୁ ଏଥିକାଲ୍ ହ୍ୟାକିଙ୍ଗ୍ରେ କ୍ୟାରିୟର୍ ଗଢିବାରେ ଏକ ମଚଂ ପ୍ରଦାନ କରୁଅଛି। ଅନ୍ୟ ଡିଜିଟାଲ୍ ପ୍ରଶିକ୍ଷଣ ସଂସ୍ଥାମାନଙ୍କ ଠାରୁ ‘ଡିଜିଟାଲ୍ ଟ୍ୟାଲେଣ୍ଟ’ ସାଇବର ସୁରକ୍ଷା ଏବଂ ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ଉଚ୍ଚକୋଟିର ପ୍ରଶିକ୍ଷଣ ପ୍ରଦାନ କରିଥାଏ। ଏହା ବିଭିନ୍ନ ଉଦ୍ୟୋଗ ଯଥା – ସେନାବାହିନୀ, ବହୁରାଷ୍ଟ୍ରୀୟ କମ୍ପାନୀ, ବ୍ୟବସାୟିକ କମ୍ପାନୀ, ସରକାର, ଅନୁଷ୍ଠାନ, ବାୟୁସେନା ଏବଂ ହସ୍ପିଟାଲ୍ ଇତ୍ୟାଦି କ୍ଷେତ୍ର ସହ ଜଡିତ।

ସୃତି ରଞ୍ଜନ ସାହୁ କହିଲେ, “‘ଡିଜିଟାଲ୍ ଟ୍ୟାଲେଣ୍ଟ’ର ଉଦ୍ଦେଶ୍ୟ କେବଳ ଛାତ୍ରଛାତ୍ରୀଙ୍କୁ ଏଥିକାଲ୍ ହ୍ୟାକିଙ୍ଗ୍ ଉପରେ ପ୍ରଶିକ୍ଷଣ ଦେବା ତାହା ନୁହେଁ ବରଂ ସାଇବର ସୁରକ୍ଷା କ୍ଷେତ୍ରରେ ଉଚ୍ଚସ୍ତରୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ ସହ କାମ କରିବାର ଅବସର ପ୍ରଦାନ କରିଥାଏ।”

‘ଡିଜିଟାଲ୍ ଟ୍ୟାଲେଣ୍ଟ’ ଶିଳ୍ପଭିତିକ ସୁରକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ସହ ତଥ୍ୟ ଉଲଘଂନ, ର୍ୟାନସମ୍ୱେୟାର୍ ଆଟାକ୍, ସାଇବର ଅପରାଧୀଙ୍କ ଦ୍ୱାରା ତଥ୍ୟର ଅପବ୍ୟବହାରକୁ ରୋକିବା ଉପରେ ଗୁରୁ୍ତ୍ୱ ଦେଉଅଛି। ଏହା ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସେମାନଙ୍କର ଜ୍ଞାନବୃଦ୍ଧି ନିମନ୍ତେ ପ୍ରକୃଷ୍ଠ ବାତାବରଣ ଯୋଗାଇ ଦେଇଥାଏ। ଏହାଛଡା ର୍ୟାନସମ୍ୱେୟାର୍ ଆଟାକ୍ରୁ ଅନୁଷ୍ଠାନକୁ ସୁରକ୍ଷା ପ୍ରଦାନ ନିମନ୍ତେ ମାଲ୍ୱେୟାର୍ ବିଶ୍ଲେଷଣ ଲ୍ୟାବ୍ ଏବଂ ରିୟଲ୍ ଟାଇମ୍ ପ୍ରୋଜେକ୍ଟ ପ୍ରଦାନ କରିଥାଏ।