ଭୁବନେଶ୍ୱର : ୧୦-୫ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୧ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୮୧ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୮୫୯ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏହା ସହ ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୪୫୭୬ରେ ପହଞ୍ଚିଛି। ଏଥିମଧ୍ୟରୁ ୪୩୯୨୦ଜଣ ସୁସ୍ଥ ହୋଇଥିବା ବେଳେ ୨୮୨ଜଣଙ୍କର ମୃତ୍ୟୁ ଘଟିଛି। ୧୦୩୫୩ଜଣ ଚିକିତ୍ସାଧୀନ ରହିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 10th May (till 9am). pic.twitter.com/cCIxNXmqEq— BMC (@bmcbbsr) May 10, 2021