Odiapua.com

ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଏବଂ ଟିସିଏସ କର୍ମଚାରୀମାନଙ୍କ ଦ୍ଵାରା ତ୍ରିରଙ୍ଗା ପଦଯାତ୍ରା

ଭୁବନେଶ୍ଵର, ଅଗଷ୍ଟ ୧୨ (ଓଡ଼ିଆ ପୁଅ) : ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ଵରେ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ଏବଂ ଟିସିଏସ କର୍ମଚାରୀ ମାନଙ୍କ ଦ୍ୱାରା ଆଜି ପାସପୋର୍ଟ କର୍ଯ୍ୟାଳୟରୁ ସିଆରପି ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ଵାନ କ୍ରମେ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ ରୂପାୟନ କରିବା ପାଇଁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି। ନାଗରିକ ମାନଙ୍କୁ ଘରେ ଘରେ ଜାତୀୟ ପତାକା ଉଡାଇବାକୁ ଉତ୍ସାହିତ କରିବା ପାଇଁ ଏହି ଆୟୋଜନ କରାଯାଇଛି। କର୍ମଚାରୀମାନେ ଖୁବ ଉତ୍ସାହ ଓ ଉଦ୍ଦୀପନାର ସହିତ ବିଭିନ୍ନ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ। ଏହି ଅବସରରେ ପାସପୋର୍ଟ ଆବେଦନକାରୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ପତାକା ବଣ୍ଟନ କରଯାଇଥିଲା। ସ୍ଥାନୀୟ ପୁଲିସ ମାନେ ରାସ୍ତାରେ ଶୃଙ୍ଖଳାର ସହିତ ପଦଯାତ୍ରାକୁ ନିୟନ୍ତ୍ରିତ କରିଥିଲେ। ଜାତୀୟ ସଂଗୀତ ଗାନ ସହିତ ପଦଯାତ୍ରାର ସମାପ୍ତି ହୋଇଥିଲା।