Odiapua.com

ଭୁବନେଶ୍ଵର ବିମାନ ବନ୍ଦରରେ ଆଜିଠୁ ମାସେ ଯାଏଁ ବନ୍ଦ ହେବନି ସେବା

ଭୁବନେଶ୍ୱର, ୦୧/୧୧, (ଓଡ଼ିଆ ପୁଅ ପି ନାୟକ):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ଆଜିଠୁ ଭୁବନେଶ୍ଵର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବନି। ରନ୍‌ବେର ରି–କାର୍ପେଟିଂ କାରଣରୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବାର ଥିଲା। କିନ୍ତୁ ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଏହାକୁ ମାସେ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଦୀର୍ଘ ୧୨ ବର୍ଷ ପରେ ଭୁବନେଶ୍ୱର ବିମାନ ବନ୍ଦରର ରନ ବେର ନବୀକରଣ ହେବାକୁ ଯାଉଛି। ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସୂଚନାନୁସାରେ, ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ରଖାଯିବ। ୧ ତାରିଖରୁ ରାତି ସାଢ଼େ ୧୦ଟାରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସମସ୍ତ ଅପରେସନ ବନ୍ଦ ରହିବ। ଏହି ରନ୍‌ବେର ରି-କାର୍ପେଟିଂ କାମ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଉଦ୍ୟମ କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାପରେ ଏପ୍ରିଲ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନବେଳା ଅର୍ଥାତ୍ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ।