Odiapua.com

ଭୁତପଦା ଗ୍ରାମରେ ଜବର ଦଖଲକୁ ନେଇ ବଢ଼ୁଛି ଅସନ୍ତୋଷ

ହାଟଡିହି- ୧୩ /୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଭୁତପଦା ଗ୍ରାମରେ ଦିନକୁ ଦିନ ଜବରଦଖଲ ବଢ଼ୁଥିବାରୁ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ଗାଁରେ ଶତାଧିକ ପରିବାର ବସବାସ କରୁଛନ୍ତି। ଗତ କିଛିଦିନ ହେଲା ଗ୍ରାମର ଅନେକ ଲୋକ ଗାଁ ରେ ଥିବା ଗୋଦାଣ୍ଡି, ଗୋଚର, ଅନାବାଦି, ପାଣିନାଳ ଓ ସ୍ମଶାନକୁ ଜବରଦଖଲ କରିନେଇ ମାଟି ପକାଇ ପୋତି ଦେଉଛନ୍ତି। ବାରିକମିସ୍ତ୍ରୀ ବନ୍ଧ ଠାରୁ ନାଇକସାହି ପର୍ଯ୍ୟନ୍ତ ରାସ୍ତା ପାଖ ଯାଗାକୁ ପୋତି ଜବରଦଖଲ କରିବା ସହ ଭୁତପଦା ଗ୍ରାମଠାରୁ ଅପସର ପର୍ଯ୍ୟନ୍ତ ଯାିଥିବା ଅଙ୍କିରା ନାଳକୁ କିଛି ଲୋକ ଜୋର ଜବରଦସ୍ତ ପୋତିବାରେ ଲାଗିଛନ୍ତି। ଏହି ଅଙ୍କିରା ନାଳ ଦ୍ୱାରା ଗ୍ରାମର ଶହଶହ ଏକର ଚାଷଜମି ଜଳସେଚିତ ହେବା ସହ ଜଳନିସ୍କାସିତର ଏକମାତ୍ର ମାଧ୍ୟମ ପାଲଟିଥାଏ। ଯଦି ଏହି ନାଳଟଠିକୁ ଲୋମାନେ ଜବରଦଖଲ କରିନେଇ ପୋତି ଦିଅନ୍ତି ତେବେ ଭୁତପଦା, ଅପସର ଆଦି ଦୁଇଟି ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିବେ। ସେହିପରି ଗାଁରେ ଥିବା ସ୍ମଶାନ ଜମିକୁ ଜବରଦଖଲ କରିନେଉ ôତବାରୁ ଗାଁ ଲୋକମାନେ ଶବ ସଂସ୍କାର ପାଇଁ ନାନା ଅସୁବିଧା ଭୋଗ କରିବେ ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଓ ହାଟଡିହି ତହସିଲଦାର ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।