Odiapua.com

ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର Ngadag Pel gi Khorlo ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ପଡୋଶୀ ଦେଶ ଭୁଟାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ମାନିତ କରିଛି। ଭୁଟାନର ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର Ngadag Pel gi Khorlo ରେ ସମ୍ମାନିତ କରାଯାଇଛି।

ବନ୍ଧୁତା ଏବଂ ପାରସ୍ପରିକ ସହଯୋଗ ପାଇଁ ଭୁଟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟଯେ, କରୋନା ଭାଇରସ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନକୁ ପ୍ରତ୍ୟେକ କ୍ଷେତ୍ରରେ ସମର୍ଥନ କରିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଭୁଟାନକୁ ଅନ୍ୟାନ୍ୟ ପ୍ରସଙ୍ଗରେ ସମର୍ଥନ କରୁଛନ୍ତି। ଏହି ସମ୍ମାନ ପାଇଁ ଭୁଟାନ ନିଜ ଲୋକଙ୍କୁ ଅଭିନନ୍ଦନ ଜଣାଇ କହିଛି ଯେ, ଭୁଟାନ ପ୍ରଦାନମନ୍ତ୍ରୀ ମୋଦୀଙ୍କୁ ସର୍ବଦା ଜଣେ ମହାନ ତଥା ଆଧ୍ୟାତ୍ମିକ ବ୍ୟକ୍ତି ଭାବରେ ଦେଖିଛି। ଭୁଟାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶ ଗସ୍ତ ପାଇଁ ନିମନ୍ତ୍ରଣ କରିଛି।