Odiapua.com

ଭୁଜାଲି ଦେଖାଇ ଲୁଟି ନେଇଥିବା ଚାରିଜଣ ଅଭିଯୁକ୍ତ ଗିରଫ

ନବରଙ୍ଗପୁର, ୬/୧୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ସୁବ୍ରତ କୁମାର ଜେନାଙ୍କ ଘର ଚୋରି ଘଟଣାରେ ତେନ୍ତୁଳିଖୁଣ୍ଟି ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଡକାୟତ ମାମଲାରେ ତେନ୍ତୁଳିଖୁଣ୍ଟି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଡକାୟତ ମାନଙ୍କ ଠାରୁ ଦୁଇଟି ଖଣ୍ଡା, ଚୋରି ହୋଇଥିବା ମୋବାଇଲ ଫୋନ୍, ଗୋଟିଏ ବାଇକ୍ ଜବତ୍ କରିଛି। ଅଭିଯୁକ୍ତ ମାନେ ହେଲେ ତେନ୍ତୁଳିଖୁଣ୍ଟି ଥାନା କାମତା ଗାଁର ନୁତନ ନାୟକ, ମନ୍ଦାର ହରିଜନ, ବନ୍ଧୁଗୁଡା ଗ୍ରାମର ମଣ୍ଟୁ ବାଘ, ଡାବୁଗାଁ ଥାନା ର ଖଲିଗୁଡା ଗାଁର ଦୀପକ୍ ହରିଜନ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଥାଉକି ଗତ ୩୧ ତାରିଖ ବିଳମ୍ବିତ ରାତିରେ ଛଅ ଜଣ ମୁଖାପିନ୍ଧା ଦୃର୍ବୁତ୍ତ କୃଷ୍ଣଗୁଡା ଗ୍ରାମର ସୁବ୍ରତ କୁମାର ଜେନାଙ୍କ ଘରେ ପଶି ସୁବ୍ରତ ଙ୍କ ପରିବାର ଙ୍କୁ ଭୁଜାଲି ଦେଖାଇ, ସୁନାଗହଣା ମୋବାଇଲ ଫୋନ, ଲାପଟପ ଆଦି ଲୁଟି ନେଇଥିଲେ।

ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହେବାପରେ କେସ୍ ନଂ -୧୯୪/୨୨ ଅନୁଯାୟୀ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ଥାନା ଅଧିକାରୀ ଟଙ୍କଗିରି ଭୋଇ ଏହି ମାମଲାରେ ତଦନ୍ତ କରି ୪ ଜଣ ଦୃର୍ବୁତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ଦେଇଥିଲେ।