Odiapua.com

ଭି.କେ ପାଣ୍ଡିଆନ୍ ଚାନ୍ଦପୁର କୋଭିଡ୍‌-୧୯ ହେଲ୍‌ଥ ସେଣ୍ଟର ରେ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୫-ନୟାଗଡ ଜିଲ୍ଲା ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସ ଏକ ସାଧାରଣ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସକୁ କୋଭିଡ ହେଲ୍‌ଥ ସେଣ୍ଟର ରେ ପରିଣତ କରିଛନ୍ତି । ଏହି ଚାନ୍ଦପୁର କୋଭିଡ୍‌-୧୯ ହେଲ୍‌ଥ ସେଣ୍ଟର କୁ ଓଡିଶା ରାଜ୍ୟ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ରାଜ୍ୟ ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର ତଦାରଖ ପାଇଁ ପହଁଚିଥିବା ଜଣା ପଡିଛି ।

ନୟାଗଡ ଜିଲ୍ଲାପାଳ ଡ.ପୋମା ଟୁଡୁ, ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ୱେତ ମହାପାତ୍ର, ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ, ଚାନ୍ଦପୁର କୋଭିଡ୍‌-୧୯ ହେଲ୍‌ଥ ସେଣ୍ଟର ର ସୁପରିଟେଣ୍ଡେଟ୍ ବି.ସୁରୟ ରାଓ ଓ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ । ୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହେଲ୍‌ଥ ସେଣ୍ଟର ରେ ୧୦ ଗୋଟି ଆଇ.ସି.ୟୁ ବେଡ୍ ର ଶୁଭ ଉଦ୍‌ଘାଟନ କରିଥିଲେ । କରୋନା ସଂକ୍ରମିତ ରୋଗୀମାନଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥାର ପରିଦର୍ଶନ କରିଥିଲେ । କୋଭିଡ୍ ହେଲ୍‌ଥ ସେଣ୍ଟର ରେ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିବା ଜଣା ପଡିଛି ।