Odiapua.com

ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭଦ୍ରକ ଜିଲାର ୪ ଟି ନୂତନ ଥାନାଗୃହ ଉଦ୍‌ଘାଟିତ

ଭଦ୍ରକ, ୧୩ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଭଦ୍ରକ ଜିଲାର ୪ଟି ନବନିର୍ମିତ ଥାନା ଗୃହକୁ ଉଦ୍‌ଘାଟନ କରିଛନ୍ତି । ଭଦ୍ରକ ନଳାଙ୍ଗ ଠାରେ ଉଦ୍‌ଘାଟିତ ଏହି ନୂତନ ଥାନାଗୃହ ଉଦ୍‌ଘାଟନ କାଳରେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଗ୍ରାମାଞ୍ଚଳ ଥାନାଧିକାରୀ ଅମିତାଭ ଦାସଙ୍କ ସମେତ ବହୁ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ । ସେହିଭଳି ପୀରହାଟ ଥାନା ଉଦ୍‌ଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସ୍ଥାନୀୟ ଥାନାଧିକାରୀ ଅଜୟ ମୁର୍ମୁ, ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ତିହିଡି ଥାନାଧିକାରୀ ପ୍ରସନ୍ନ ନାୟକଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ । କସିଆ ମେରାଇନ୍ ଥାନାଗୃହ ଉଦ୍‌ଘାଟନ ଉତ୍ସବରେ ଅତିରିକ୍ତ ଏସ୍‌ପି ବାମଦେବ ସିଂ, ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ନିବେଦିତା ବେହେରା, ଥାନାଧିକାରିଣୀ ସାବିତ୍ରୀ ପଣ୍ଡା ରହିଥିବାବେଳେ ସାବରଙ୍ଗରେ ଭଦ୍ରକ ବ୍ଲକ୍ ଚେୟାରମେନ ଉର୍ମିଳା ନାୟକ, ଏସ୍‌ଡିପିଓ ସୌରଭ ଓତା, ଆଇଆଇସି ରିନା ବକ୍ସଲା ପ୍ରମୁଖ ଉପସ୍ଥିତ ଥିଲେ ।