Odiapua.com

ଭିବିଜି ରାମଜି ଯୋଜନା ବିକଶିତ ଭାରତ ସଂକଳ୍ପକୁ ସାକାର କରିବ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମୀଣ ଅର୍ଥନୀତି, କୃଷକ ଓ ଶ୍ରମିକ ମାନଙ୍କ କଲ୍ୟାଣ ସହ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ଭିବିଜି ରାମଜି ଯୋଜନା ସହାୟକ ହେବ।୨୦୪୭ରେ ବିକଶିତ ଭାରତ ସଂକଳ୍ପକୁ ସାକାର କରିବାରେ ଏହି ଯୋଜନା ସହାୟକ ହେବ।ଦେଶ ବିଶ୍ୱର ତୃତୀୟ ବୃହତମ ଅର୍ଥନୈତିକ ଶକ୍ତି ହେବା କ୍ଷେତ୍ରରେ ଏହି ଯୋଜନାରୁ ସୁଫଳ ମିଳିବ ବୋଲି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ କହିଛନ୍ତି।ଶୁକ୍ରବାର ଦିନ ଦଳର ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ସେଠୀ ଏହି ବିଲ ସଂସଦରେ ପାରିତ ହେବା ପରେ ମହାତ୍ମାଗାନ୍ଧୀଙ୍କ ନାମ ହଟାଯିବାକୁ ନେଇ କଂଗ୍ରେସ ଲୋକମାନଙ୍କୁ ଭ୍ରମାତ୍ମକ ସୂଚନା ଦେବାକୁ ଉଦ୍ୟମ କରିବା ନିନ୍ଦନୀୟ ବୋଲି କହିବା ସହ ଏହି ଯୋଜନା ପରିବର୍ତିତ ସମୟରେ ଏକ ଉପଯୋଗୀ ପଦକ୍ଷେପ ବୋଲି କହିଥିଲେ।ଏହି ଯୋଜନାରେ ପୂର୍ବର ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତିକୁ ରୋକାଯିବା ସହ କୃଷକ ଓ ଶ୍ରମିକ ଆର୍ôଥକ ସ୍ତରରେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ସେଠୀଙ୍କ ସହିତ ଭଦ୍ରକ ବିଧାୟକ ଶୀତଅଂଶୁ ଶେଖର ମହାପାତ୍ର, ଦଳର ଜିଲ୍ଲା ସଭାପତି ଭଗବାନ ପଣ୍ଡା, ପ୍ରଭାରୀ ସଞ୍ଜୀବ କୁମାର ମହାନ୍ତି, ଉପସଭାପତି ରଘୁନାଥ ପାତ୍ର, ଅମୂଲ୍ୟ ନାୟକ, ତପସ୍ୱିନୀ ମହାପାତ୍ର, କମଳାକାନ୍ତ ସୁତାର, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ,ସୁଧାଂଶୁ ଶେଖର ନାୟକ,ବାଣିକଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।