ମାଲକାନଗିରି,୧୧ା୯ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଘ୍ନବିନାଶକ ଗଣାଧୀପତି ଙ୍କ ପୂଜା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇ ଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ପୁରୁଣା ହସପିଟାଲ ଛକ ଠାରେ ଭିନ୍ନ ଶୈଳୀରେ ନିର୍ମାଣ ହୋଇଛି ଗଣେଶ ମୂର୍ତି । କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ଏହି କୋଭିଡ ନିୟମ କୁ କଡା କଡି ଭାବେ ପାଳନ କରିବା ପାଇଁ ଏହି ଗଣେଶ ମେଢରେ ଜନସଚେତନତାର ବାର୍ତା ଦିଆ ଯାଇଛି । କରୋନା ଭାଇରସ କୁ ବିନାଶ କରିବା ପାଇଁ ଗଣେଷ ମହାପ୍ରଭୁ ହାତରେ ଟେଥୋ ଧରି ,ପବନ ଶୂତ ହନୁମାନ ଓ ରୋଗ ବିନାଶ କାରୀ ଧନ୍ୱନ୍ତରୀ ଙ୍କ ସହିତ ଡାକ୍ତର,ନର୍ସ,ଆମ୍ବୁଲାନ୍ସ ସହ ମୂଷିକ ବାହନକୁ ସାଥିରେ ନେଇ ପୃଥିବୀକୁ ଅବତରଣ କରି କରୋନା ଭାଇରସ କୁ ହତ୍ୟାକରିବାର ଦୃଶ୍ୟ ସାଙ୍ଗକୁ ସୁନ୍ଦର ମେଢ.ତୋରଣ ଓ ମନୋରମ ସାଜସଜା ଦର୍ଶକମାନଙ୍କୁ ବେସ ଆନନ୍ଦ ଦେଇଛି । ବିଭିନ୍ନ ସ୍କୁଲ କଲେଜରେ କରୋନା କଟକଣା ମଧ୍ୟରେ ଗଣେଶପୁଜା ପାଳିତ ହୋଇ ଯାଇଛି । କରୋନା ମହାମାରି ପାଇଁ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପସଂଖ୍ୟକ ଗଣେଷ ମେଢତିଆରି ହୋଇଛି, କାଲିମେଳା ସରସ୍ୱତୀ ଶିଶୁ ମନ୍ଦିର ଠାରେ ବାଲୁକା ଶିଳ୍ପୀ ମୁକେଶ କବାସୀଙ୍କ ଦ୍ୱରା ବାଲିର ୨୦ଫୁଟ ଉଚ୍ଚର ଗଣେଶ ମୂର୍ତି ବେଶ ଆକର୍ଶିତ ହୋଇଛି ,ମାଲକାନଗରି ଜିଲ୍ଲା ସଦର ମହକୁମା ମର୍ଡନଇରାଂଜି ବିଦ୍ୟାଳୟ,ଡିଗ୍ରୀ ମହାବିଦ୍ୟାଳୟ, ମାଲକାନଗିରି କଲେଜ, ଘଢେଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ, ,ଜିଲ୍ଲାହସପିଟାଲ ପରିସର, ସତ୍ୟନାରାୟଣ ବିଜ୍ଞାନମହାବିଦ୍ୟାଳୟ,ଡିଏନ କେ ଛକ, ମେଡିକାଲ ଛକ, ରିକ୍ଲାମେଶନକଲୋନି, ୧୧୯କଲୋନି, ଗାୟତ୍ରୀ ମନ୍ଦିର ଛକ,କଲେଜଛକ, ବୁଟିଗୁଡା, କୁମୁଟିଗୁଡା,ବିବିଗୁଡା,ନବପ୍ରଭାତ, ଗୁରୁପ୍ରୀୟା, ସପ୍ତାଧାର, ସିଲେରୁ, ମାଲ୍ୟବନ୍ତ, ଲକ୍ଷମଣନାୟକ ଛାତ୍ରା ବାସ,ବିଭିନ୍ନ ସ୍କୁଲ କଲେଜ ମାନଙ୍କରେ ନିରାଡମ୍ବର ସହକାରେ ଗଣେଶପୂଜା ପାଳିତ ହୋଇ ଯାଇଛି । ପୁଜାମଣ୍ଡପଗୁଡିକୁ ଅଧିକ ଆକର୍ଷଣକରିବା ପାଇଁ ତୋରଣ, ଆଲୋକସଜା ବ୍ୟବସ୍ଥା ହୋଇଛି, ବିଭିନ୍ନ ପୁଜା ମଣ୍ଡପରେ ଭକ୍ତ ଓ ଦର୍ଶକ ମାନଙ୍କ ପାଇଁ ପ୍ରାସାଦର ବ୍ୟବସ୍ଥାକରା ଯାଇଥିଲା । ଏହା ବ୍ୟତିତ ମାଲକାନଗିରି, କାଲିମେଳା, ପଡିଆ, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି, କୋରକୁଣ୍ଡା, ସାତଟି ଯାକ ବ୍ଲକ ଅଚଂଳ ର ବିଭିନ୍ନ ସା୍ଥନାରେ ନିରାଆଡମ୍ବର ସହକାରେ ଗଣେଶପୂଜା ପାଳିତ ହୋଇ ଯାଇଛି ।