Odiapua.com

ଭିନ୍ନ ଭିନ୍ନ ଘଟଣାରେ ୨ ଅଭିଯୁକ୍ତ କୋର୍ଟ ଚାଲାଣ, ୩ଟି ମୋବାଇଲ ଫୋନ ଜବତ

ବଡ଼ବିଲ, ତା ୫ ଜୁନ(ଓଡିଆ ପୁଅ/ସୀତାରାମ ଦିଖିତ)ଅଲଗା ଅଲଗା ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ବଡବିଲ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଭିନ୍ନ ଭିନ୍ନ ଘଟଣାରେ ମାରପିଟ୍, ହତ୍ୟା ଧମକ ତଥା ହତ୍ୟା ଉଦ୍ୟମ ଭଳି ଅଭିଯୋଗରେ କେଶ୍ ନଂ ୮୫/୧୯ ଏବଂ ୧୨୧/୧୯ ମାମଲା ରୁଜୁ କରି ମାଟକାମବେଡ଼ା ଅଞ୍ଚଳର ବାବୁ ଓରଫ୍ କୁଶଲ୍ କେନ୍ଥ (୨୮)ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। କୁଶଲ ପୂର୍ବରୁ ଗିରଫ୍ ହୋଇଥିବା କୁଖ୍ୟାତ ଟିଟୁ ଓରଫ୍ ସୁନୀଲ ପାତ୍ରର ସହଯୋଗୀ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେହିପରି ବିଭିନ୍ନ ସ୍ଥାନରୁ ମୋବାଇଲ୍ ଚୋରି ଘଟଣାରେ ସମ୍ପୃକ୍ତ ଦର୍ଶାଇ ୱାର୍ଡ଼ ନଂ ୮ ବାଖଲ ହଟିଂ ଅଞ୍ଚଳର ସଞ୍ଜୟ ମହାନ୍ତ (୨୩) ଓରଫ୍ ଜୁଲିଆକୁ ବଡ଼ବିଲ ପୋଲିସ ଗିରଫ୍ କରିବା ସହ ୩ଟି ମୋବାଇଲ୍ ଫୋନ୍ ଜବତ୍ କରିଛି। ବଡ଼ବିଲ ଥାନା କେଶ୍ ନଂ ୧୧୯/୧୯, ୪୫୭, ୩୮୦ ଆଇପିସି ରୁଜୁ କରି କୋର୍ଟ ଚାଲାଣ କକରିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି।