Odiapua.com

ଭିନ୍ନ ଢଙ୍ଗରେ ଶିଶୁଦିବସ ଓ ଚାଚା ନେହେରୁଙ୍କ ଜୟନ୍ତୀ ପାଳିଲେ ସେଟଂଜାଭିୟେର ବିଦ୍ୟାଳୟର ଛାତ୍ର ଛାତ୍ରୀ

ମାଲକାନଗିରି,୧୪ା୧୧(ଓଡିଆ ପୁଅ )ସମଗ୍ର ଦେଶ ଚାଚା ନେହେରୁଙ୍କ ଜୟନ୍ତୀକୁ ଶିଶୁଦିବସ ଭାବେ ପାଳୁଥିବା ବେଳେ ମାଲକାନଗିରି ଜିଲ୍ଲାସଦର ମହକୁମା ପାତ୍ରଗୁଡା ଠାରେ ଥିବା ସେଟଂ ଜାଭିୟେର ହାଇସ୍କୁଲର ପ୍ଲେ ଓ ନର୍ସରୀ ଶ୍ରେଣୀର କୁନିକୁନି ଛାତ୍ର ଛାତ୍ରୀମାନେ ଭିନ୍ନ ଢଙ୍ଗରେ ଶିଶୁଦିବସ ଓ ଚାଚାନେହେରୁ ଙ୍କ ଜୟନ୍ତୀ ପାଳନକରିଛନ୍ତି । ଉତ୍ସବ ଆଗରୁ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଚାଚା ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ନିଜ ନିଜ ଭିତରେ କୌତୁକପୋଷାକ ପ୍ରଦର୍ଶନ କରି ସେମାନଙ୍କ ପିତା ମାତା ଓ ଗୁରୁଜୀ, ଗୁରମା ଙ୍କ ଆର୍ଶିବାଦ ଗ୍ରହଣ କରିଥିଲେ । ବିଦ୍ୟାଳୟର ଚେୟାରମେନ ମୋହନଚନ୍ଦ୍ରପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ରଜିଂତାପାଢୀ,ପି.ସାଇକ୍ରୀଷ୍ଣା ଯୋଗଦେଇଥିଲେ ।  ଆଜିର ଶିଶୁ କାଲିର ସୁନାଗରିକ,ଶିକ୍ଷାହିଁ ସଭ୍ୟତାର ବିକାଶକୁ ଆଗକୁ ନେଇଥାଏ,ଶିକ୍ଷାଦ୍ୱାରା ସାମାଜିକ,ଅର୍ଥନୈତିକ ଓ ବିଭିନ୍ନ ସଫଳତା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଅଗ୍ରଗତିର ସୋପାନ,ଶିଶୁ ହସିଲେ ସଂସାର ହସିବ ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ । ସଭାପ୍ରାରମ୍ଭରେ ଉକ୍ତବିଦ୍ୟାଳୟର ସଂପାଦକ ତଥା ପ୍ରିନ୍ସପାଲ ନବକ୍ରିଷ୍ଣା ସରକାର ସ୍ୱାଗତ ଭାଷଣ ସହତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଦେଶାତ୍ମକବୋଧ ସଂଗୀତ ଗାନକରିଥିଲେ ।

ଚିରାଚରିତ କାର୍ଯ୍ୟକ୍ରମ ଅପେକ୍ଷା  ଏକ ନିଆରା ଢଙ୍ଗରେ ଶିଶୁଦିବସ ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ସୃଜନଶୀଳ କୌତିକିଆ ପୋଷାକ ବିଭିନ୍ନ ପ୍ରତି ଯୋଗିତାରେ କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କଦ୍ୱାରା ପୁରସ୍କୃତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ପ୍ରଶାନ୍ତ ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ସଙ୍ଗିତା ତିଆଡି,ସୁସ୍ମିତା ଦେବନାଥ,ଭି.ଅନିତା,ସ୍ନେହଲତାବେହେରା ଓ ପ୍ରମିଳା ରେଙ୍ଗେଲି ଏହି କାର୍ଯ଼୍ୟକ୍ରମ କୁ ସୁଚାରୁଭାବେ ପରିଚାଳନାକରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।  ଶତାଧିକ ଛାତ୍ର ଛାତ୍ରୀ,ଅବିଭାକ ମାନେ ଉପସ୍ଥିତ ରହି କୁନିକୁନି ପିଲାମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଠିକ ସେହି ପରି ପରିବର୍ତନ ଶିଶୁଗୃହରେ ଆଡମ୍ବର ସହକାରେ ଶିଶୁ ଦିବସ ସଂସ୍ଥାର ସଂପାଦକ ନିତ୍ୟାନନ୍ଦ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସର ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଚେୟାରମେନ ଅଶୋକ କୁମାର ପଟନାୟକ, ମୁଖ୍ୟବକ୍ତାଭାବେ ବରିଷ୍ଟ ସାମ୍ବାଦିକ ସୁଧାକରଦାଶ, ସମ୍ମାନିତ ଅତିଥି ଭାବେ ରାମଗୋବିନ୍ଦ ପଣ୍ଡା, ସମାଜସେବୀ ରତ୍ନାକରଦାଶ,ଶିଶୁ ମହିଳା କଲ୍ୟାଣ ଅଦିକାରୀ ଯୋଗଦେଇ ଶିଶୁ ଦିବସର ସଂପର୍କରେ କହିଥିଲେ । ଠିକ ସେହିପରି ମଡର୍ନଇଂରାଜି ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇ ଯାଇଛି ।