ମାଲକାନଗିରି,୧୪ା୧୧(ଓଡିଆ ପୁଅ )ସମଗ୍ର ଦେଶ ଚାଚା ନେହେରୁଙ୍କ ଜୟନ୍ତୀକୁ ଶିଶୁଦିବସ ଭାବେ ପାଳୁଥିବା ବେଳେ ମାଲକାନଗିରି ଜିଲ୍ଲାସଦର ମହକୁମା ପାତ୍ରଗୁଡା ଠାରେ ଥିବା ସେଟଂ ଜାଭିୟେର ହାଇସ୍କୁଲର ପ୍ଲେ ଓ ନର୍ସରୀ ଶ୍ରେଣୀର କୁନିକୁନି ଛାତ୍ର ଛାତ୍ରୀମାନେ ଭିନ୍ନ ଢଙ୍ଗରେ ଶିଶୁଦିବସ ଓ ଚାଚାନେହେରୁ ଙ୍କ ଜୟନ୍ତୀ ପାଳନକରିଛନ୍ତି । ଉତ୍ସବ ଆଗରୁ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଚାଚା ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ନିଜ ନିଜ ଭିତରେ କୌତୁକପୋଷାକ ପ୍ରଦର୍ଶନ କରି ସେମାନଙ୍କ ପିତା ମାତା ଓ ଗୁରୁଜୀ, ଗୁରମା ଙ୍କ ଆର୍ଶିବାଦ ଗ୍ରହଣ କରିଥିଲେ । ବିଦ୍ୟାଳୟର ଚେୟାରମେନ ମୋହନଚନ୍ଦ୍ରପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ରଜିଂତାପାଢୀ,ପି.ସାଇକ୍ରୀଷ୍ଣା ଯୋଗଦେଇଥିଲେ । ଆଜିର ଶିଶୁ କାଲିର ସୁନାଗରିକ,ଶିକ୍ଷାହିଁ ସଭ୍ୟତାର ବିକାଶକୁ ଆଗକୁ ନେଇଥାଏ,ଶିକ୍ଷାଦ୍ୱାରା ସାମାଜିକ,ଅର୍ଥନୈତିକ ଓ ବିଭିନ୍ନ ସଫଳତା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଅଗ୍ରଗତିର ସୋପାନ,ଶିଶୁ ହସିଲେ ସଂସାର ହସିବ ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ । ସଭାପ୍ରାରମ୍ଭରେ ଉକ୍ତବିଦ୍ୟାଳୟର ସଂପାଦକ ତଥା ପ୍ରିନ୍ସପାଲ ନବକ୍ରିଷ୍ଣା ସରକାର ସ୍ୱାଗତ ଭାଷଣ ସହତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଦେଶାତ୍ମକବୋଧ ସଂଗୀତ ଗାନକରିଥିଲେ ।