Odiapua.com

ଭିନ୍ନ ଏକ ପରଂପରା: ଡିଆ ଅଶୋକାଷ୍ଟମୀ ରଥଯାତ୍ରା – ନିଶାର୍ଦ୍ଧ ରାତିରେ ହୁଏ ରଥଟଣା!

ଭୁବନେଶ୍ୱର;୨୪,୦୩,୨୦୧୮(ଦେବଦତ୍ତ ରଥ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ ଅଶୋକାଷ୍ଟମୀ ତିଥିରେ ଆୟୋଜିତ ହୋଇଥାଏ ଭିର୍ଣ୍ଣ ଏକ ପରମ୍ପରାର ରଥଯାତ୍ରା।

ଭୁବନେଶ୍ୱର ଲିଙ୍ଗରାଜ ଦେବ ଏବଂ ଡିଆ କପିଳେଶ୍ୱର ଦେବଙ୍କ ପୀଠରେ ଏକା ତିଥି ଅଶୋକାଷ୍ଟମୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ଉଭୟ ଭିତରେ ବହୁ ଭିର୍ଣ୍ଣତା ରହିଛି।ଲିଙ୍ଗରାଜ ଦେବଙ୍କ ରଥ ରୁକୁଣା ରଥ ହୋଇଥିବା ବେଳେ ଏହା ଅଣ ଲେଉଟା ହୋଇଥାଏ।କିନ୍ତୁ କପିଳେଶ୍ୱର ଦେବଙ୍କର ଲେଉଟିଥାଏ।ପୁଣି ନିଶାର୍ଦ୍ଧ ରାତିରେ।ତାହା ପୁଣି ଶ୍ମସାଣ ମଧ୍ୟ ଦେଇ ଯାଇଥାଏ ରଥ।

ମହାଦେବଙ୍କ ଏହି ପୀଠ ବାସ୍ତବରେ ମଧ୍ୟ ଏକ ଶକ୍ତିପୀଠ।ତନ୍ତ୍ର ସାଧନାର ଏହା ଏକ ପ୍ରାଚୀନ ସ୍ଥଳୀ।ମନ୍ଦିରଟିର ପ୍ରତିଷ୍ଠା ନେଇ ସେପରି କିଛି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏହା ଗଜପତି ଶ୍ରୀ କପିଳେଶ୍ୱର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା କୁହାଯାଏ।ଗଜପତି ପ୍ରଥମେ ଏଠାରେ ମହାଶକ୍ତିଙ୍କୁ ଆରାଧନା କରୁଥିଲେ।ପରେ ଏଠାରେ ପାତାଳ ଫିଟା ହୋଇ ମହାଦେବ ଉଭା ହୋଇଥିବା କୁହାଯାଏ।ଏବଂ ପରେ ଏଠାରେ ଶିବ ମନ୍ଦିରଟି ନିର୍ମାଣ ହୋଇଥିଲା।

ଏଠାରେ ମହାକାଳୀଙ୍କ ସମେତ ମହାଲକ୍ଷ୍ମୀ ଏବଂ ମହା ସରସ୍ଵତୀ ପାର୍ଶ୍ଵ ଦେବୀ ଭାବରେ ପୂଜିତ ହୁଅନ୍ତି।ସାଧାରଣତଃ ମହାଦେବଙ୍କ ପୀଠରେ ଏପରି ତିନି ଦେବୀ ପାର୍ଶ୍ଵଦେବୀ ଭାବରେ ପୂଜିତ ହେବା ବିରଳ।ଏବଂ ଏଠାରେ ଅନ୍ୟ ଏକ ବିରଳ ପରମ୍ପରା ଭାବରେ ଆମିଷ ଭୋଗ ହୋଇଥାଏ।ଏହା ମଧ୍ୟ ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ।

ଅଶୋକାଷ୍ଟମୀ ତିଥିରେ କପିଳେଶ୍ୱର ଦେବ ରଥାରୂଢ ହୋଇ ଯାତ୍ରା ଆରମ୍ଭ କରିଥିବା ବେଳେ ଦ୍ଵାଦଶ ତିଥିରେ ହୋଇଥାଏ ବାହୁଡ଼ା ଯାତ୍ରା।ଆଉ ଏକ ଭିର୍ଣ୍ଣ ପରମ୍ପରା ଦେଖିବାକୁ ମିଳେ ହରିହର ଭେଟ ସମୟରେ।ସାଧାରଣତଃ ସବୁ ସ୍ଥାନରେ ମହାଦେବଙ୍କ ସହ ବିଷ୍ଣୁଙ୍କ ମଧ୍ୟରେ ହରିହର ଭେଟ ହୋଇଥାଏ।କିନ୍ତୁ ଏଠାରେ ମହାଦେବଙ୍କ ମହାଦେବଙ୍କ ସହ ଭେଟ ହୋଇଥାଏ।ଚାହାଣି ମଣ୍ଡପ ନିକଟରେ କପିଳେଶ୍ୱର ଦେବଙ୍କର ଆରେଡି ଗ୍ରାମର ଗ୍ରାମେଶ୍ୱର ଦେବଙ୍କ ସହ ହୋଇଥାଏ ହରିହର ଭେଟ।ପରେ ଦୁଇ ଭାଇ ରଥାରୂଢ ହୋଇ ଯାତ୍ରା କରନ୍ତି।ନିଶାର୍ଦ୍ଧ ରାତିରେ ଏହି ରଥଯାତ୍ରା ହେଉଥିବା ବେଳେ ରଥ ସ୍ମଶାନ ମଧ୍ୟ ଦେଇ ଯାଇଥାଏ।ଏବଂ ଏଠାରେ ଠାକୂରଙ୍କୁ ଦାରୁ ଭୋଗ ଅର୍ପଣ କରାଯାଇଥାଏ।ବିଭିର୍ଣ୍ଣ ପ୍ରକାର ଆତଶବାଜିରେ ସ୍ୱାଗତ ହୋଇ ଥାଆନ୍ତି ଠାକୁର।

https://www.youtube.com/watch?v=i3rzpNo6WP0