Odiapua.com

ଭିନ୍ନକ୍ଷମ ଶିଶୁ ଙ୍କୁ ମିଳୁନି ସରକାରୀ ସହାୟତା ହଜି ଯାଇଛି ଅନନ୍ୟା ର ନିରାପତ୍ତା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୧୦- ରାଜ୍ୟ ରେ ସାଧାରଣ ଜନତା ଙ୍କ ସାମାଜିକ ନିରାପତ୍ତା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ସେ ମଧ୍ୟରେ ଭିନ୍ନକ୍ଷମ ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । କିନ୍ତୁ କେତେକ କ୍ଷେତ୍ର ରେ ନିରାପତ୍ତା ରକ୍ଷା କରିବା ପାଇଁ ନିଯୁକ୍ତ ସରକାରୀ କର୍ମଚାରୀ ମାନଙ୍କର ଅଣଦେଖା ଯୋଗୁଁ ଭିନ୍ନକ୍ଷମ ମାନେ ସରକାରୀ ସହାୟତା ପାଉନାହାଁନ୍ତି । ସତେ ଯେପରି ସାମାଜିକ ନିରାପତ୍ତା ସେମାନଙ୍କ ପାଇଁ ହଜିଯାଇଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ ଗ୍ରାମ ପଞ୍ଚାୟତ  ଚମ୍ପାଗଡ ଗ୍ରାମ ରେ । ଗ୍ରାମର ନବ କିଶୋର ସୁନ୍ଦରାୟ ଙ୍କ ନାତୁଣୀ ଅନନ୍ୟା ସୁନ୍ଦରାୟ (୬)  ଜଣେ ଭିନ୍ନକ୍ଷମା । ସେ ନିଜେ ଚମ୍ପାଗଡ ଛକ ରେ ଏକ ଛୋଟିଆ ଚା ଦୋକାନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ପୁଅ ଅଜୟ ସୁନ୍ଦରାୟ ଗାଁ ରେ ଛୋଟମୋଟ କାମ କରୁଥିଲେ ମଧ୍ୟ ସବୁଦିନ କାମ ମିଳେନାହିଁ । ଅନନ୍ୟା ଜନ୍ମ ର ୬ ମାସ ପରେ ତା ମେରୁଦଣ୍ଡ ବଙ୍କା ହେବାକୁ ଲାଗିଲା ।  ବାମପଟ ଛାତି ହାଡ କୁଜ ହୋଇ ବଙ୍କା ହେଲା ପଛପଟ ଅଣ୍ଟାରେ ମୁଣ୍ଡ ଭଳି ବାଳ କଅଁଳିଲା । ବିଭିନ୍ନ ଡାକ୍ତରଖାନା କୁ ଦଉଡି ଦଉଡି ନିରାଶ ହେଲେ ଚାଲିବାରେ କଷ୍ଟ ଛାତିରେ ଯନ୍ତ୍ରଣା ନେଇ ଗାଁ ଅଙ୍ଗନାବାଡି ପରେ ଏବେ ଗାଁ ସ୍କୁଲ ରେ ଛାତ୍ରୀ ଅନନ୍ୟା ର ବୁଦ୍ଧି ପ୍ରଖର । ପାଠ ପଢିବାକୁ ପ୍ରବଳ ଇଚ୍ଛା  ା

ପରିବାର ର ଦୈନ୍ୟତା ବାଧକ ସାଜିଛି । ସରକାରୀ ସହାୟତା ରୁ ବଂଚିତ । ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ମଧ୍ୟ ଶତକଡା ୪୦ ଭାଗ ରହିଅଛି । ଧିରେ ଧିରେ ଭିନ୍ନକ୍ଷମତା ବଢିବାରେ ଲାଗିଛି । ନା ମିଳୁଛି ଭିନ୍ନକ୍ଷମ ଭତ୍ତା , ନା ମିଳୁଛି ପଡିପତ୍ର  , ନା ମିଳୁଛି ସ୍କୁଲ ଯିବା ପାଇଁ ସାଇକେଲ ଟିଏ ।  ଅପରପକ୍ଷେ  ବାମପଟ ହାତ ଟି ଅଚଳ ହେବାରେ ଲାଗିଛି । ଅନନ୍ୟା ଥର ଥର କଣ୍ଠ ରେ କହୁଛି ମତେ ସରକାରୀ ସହାୟତା ଦିଆଯାଉ ମୁଁ ପାଠ ପଢିବି  । ଏ ସର୍ମ୍ପକେ ରଣପୁର ପଞ୍ଚାୟତ ସମିତି ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଅନନ୍ୟା ସାମାଜିକ ସୁରକ୍ଷା ପାଇବା ପାଇଁ ଯୋଗ୍ୟା  । କିନ୍ତୁ ତାଙ୍କ କାଗଜ ପତ୍ର ଚମ୍ପାଗଡ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିକଟରେ ରହିଅଛି । ସେ ଆମ୍ଭ ପାଖକୁ ପଠାଇ ନାହାଁନ୍ତି ।  ଚମ୍ପାଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାକର ନାୟକ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଅନନ୍ୟା ସୁନ୍ଦରାୟ ଙ୍କ ବ୍ୟାଙ୍କ ଖାତା ନମ୍ବର ଆମ୍ଭ ପାଖରେ ନଥିଲା ମୁଁ ସାଙ୍ଗେ ସାଙ୍ଗେ ମଗାଇ ତାଙ୍କ ନାମ ପଞ୍ଚାୟତ ସମିତି କୁ ସୁପାରିସ କରୁଛି । ପ୍ରଶାସନିକ ଅଧିକାରୀ ଙ୍କ ଅବହେଳା ଯୋଗୁଁ ସତେ ଯେପରି ଅନନ୍ୟା ଜୀବନ ରେ ସାମାଜିକ ସୁରକ୍ଷା ହଜି ଯାଇଛି ।