Odiapua.com

ଭିନ୍ନକ୍ଷମ ଯୁବତୀଙ୍କୁ ତିନିମାସର ଗର୍ଭବତୀ କରାଇ ଅଭିଯୁକ୍ତ ଫେରାର

ବୌଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା)  : ବୌଦ୍ଧଜିଲା ମୁଣ୍ଡାପଡା ପଞ୍ଚାୟତର କିରାଶିରା ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଗର୍ଭବତୀ କରାଇ ଜଣେ ବିବାହିତ ଯୁବକ ଫେରାର ହୋଇଯାଇଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ଗ୍ରାମର ସତ୍ୟ ପ୍ରଧାନ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ରଖି ଆସୁଥିଲେ । ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା ପରେ ସେ ଗ୍ରାମରୁ ଫେରାର ହୋଇଯାଇଥିଲେ । ଏନେଇ  ଭିନ୍ନକ୍ଷମ ଯୁବତୀ ଜଣକ ବୌଦ୍ଧଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ବୌଦ୍ଧଥାନା କେସ ନମ୍ବର ୧୦୩/୨୦ ରେ ଅଭିଯୁକ୍ତ ନାମରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରକାଶ କରିଛନ୍ତି ।