Odiapua.com

ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବାକୁ ବିଡିଓଙ୍କ ପାଖରେ ଦାବି

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ପ୍ରତ୍ୟେକ ପଂଚାୟତ ପାଇଁ ସରକାରଙ୍କ ତରଫରୁ ପକ୍କା ଘର କରିବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ରେ ସରକାର ଯୋଗାଇ ଦେବାପାଇଁ ନିଷ୍ପତି ହୋଇଚି। ଏହି ଯୋଜନାରେ ସରକାରଙ୍କ ନିୟମ ଅନୁଯାୟୀ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ବି ଚିହ୍ନଟ କରି ଯୋଜନାରେ ସାମିଲ କରିବା ପାଇଁ ସରକାର ଙ୍କ ନିର୍ଦେଶ ରହିଛି ହେଲେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରା ଯାଉନାହିଁ। ଏ ନେଇ ଧାମନଗର ବ୍ଲକ ଓଭିଏମ ସଭାପତି କରୁଣାକର ସାହୁ ଓ ସମ୍ପାଦକ ହରମୋହନ ପତି ବିଡ଼ିଓ ବନବିହାରୀ ଦିଣ୍ଡା ଙ୍କ ନିକଟରେ ଦାବି କରିଛନ୍ତି। ତାହା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅନଲାଇନ ଆବେଦନକୁ ପଂଚାୟତର ପିଇଓ ଏବଂ ଏଡିଓଙ୍କ ମାଧ୍ୟମରେ କରାଇବା ପାଇଁ ଦାବି କରିଛନ୍ତି।ଧାମନଗର ବ୍ଲକ ବିଭିନ୍ନ ପଂଚାୟତରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସରକାରୀ ଆବାସ ବଂଟନ ପାଇଁ ହିତାଧିକାରୀ ଚୟନରେ ସାଂଘାତିକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଥିଲା। ନିହାତି ଗରିବ ଓ ଦୁସ୍ଥ ଙ୍କ ପାଇଁ କରାଯାଇଥିବା ଏ ଯୋଜନାରେ ଧନୀ ଶ୍ରେଣୀର ବ୍ୟକ୍ତି ଙ୍କୁ ସାମିଲ କରା ଯାଉଛି।ଯେଉଁମାନେ ସରକାରଙ୍କ ଦ୍ୱାରା ପ୍ରଚଳିତ କୌଣସି ଆବାସ ଯୋଜନାରେ ସାମିଲ ହୋଇନଥିବେ। ଦ୍ୱିତୀୟରେ ମାରାତ୍ମକ କର୍କଟ, ଫୁସଫୁସ ସଂକ୍ରମଣ, ବୃକକ ଜନିତ ରୋଗ, ଲିଭର ସିରୋସିସ, ଥାଲାସେମିଆ, ସିକିଲ୍ ସେଲ ଓ ହେମୋଫିଲିଆ ଭଳି କୌଣସି ରୋଗରେ ପୀଡ଼ିତ ଥିବେ। ନ ହେଲେ ବିଧବା ହୋଇଥିବେ ଓ ନାବାଳକ ପିଲା ସହ ବାସ କରୁଥିବେ। ପ୍ରାକୃତିକ ବିପର୍ଯ୍ୟୟରେ ଘରଦ୍ୱାର ହରାଇଥିବେ। ଏହିସବୁ କ୍ଷେତ୍ରରେ ଜଣେ ବ୍ୟକ୍ତି ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ପାଇପାରିବେ। ଖାଲି ଏତିକି ନୁହେଁ, ବାସହରା ହୋଇଥିବା ନେଇ ସ୍ଥାନୀୟ ତହସିଲଦାର ରିପୋର୍ଟ ଦେଇଥିବେ। ବିଧବା ହୋଇ ନାବାଳକ ପିଲାଙ୍କ ସହ ରହୁଥିବା ନେଇ ବିଡିଓଙ୍କ ରିପୋର୍ଟ ଥିବ ଓ ମାରାମତ୍କ ରୋଗରେ ପୀଡ଼ିତ ଥିବା ନେଇ ଜଣେ ସ୍ପେଶାଲିଷ୍ଟ ଡାକ୍ତର ସାର୍ଟିଫିକେଟ ପ୍ରଦାନ କରିଥିବେ। ଏତକ ହେଲା ପରେ ଜଣେ ହିତାଧିକାରୀ ହୋଇପାରିବ। ହେଲେ ଏସବୁ ପ୍ରମାଣପତ୍ର ନ ଥାଇ କିଛି ଧନୀ ଶ୍ରେଣୀର ବ୍ୟକ୍ତି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହୋଇଥିଲେ। ଏଣୁ ବିଧି ବଧ ତଦନ୍ତ ସହ ଭିନ୍ନକ୍ଷମ ଙ୍କୁ ଏହି ଯୋଜନା ରେ ସାମିଲ ପାଇଁ ଦାବି କରାଯାଇଥିଲା। ତେବେ ଘଟଣା ର ତଦନ୍ତ କରାଯିବ ବୋଲି ବିଡ଼ିଓ କହିଥିଲେ।