Odiapua.com

ଭିଡିଓ କନଫେରେନ୍ସିଂ ଜରିଆରେ ବିଜେପି ରାଜ୍ୟ ସଭାପତି ଓ ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା

ତାଳଚେର,୧୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଜେପି ରାଜ୍ୟ ସମ୍ପାଦକ ସମୀର ମହାନ୍ତି ଓ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଆଜି ତାଳଚେର ରେଳମଣ୍ଡଳ ସଭାପତି ବରୁଣ ସାହୁ,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଜେପି ନେତାଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ କରୋନାର ମୁକାବିଲା ଓ ସଚେତନତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ମହାମାରୀ କରୋନା ଦେଶ ତଥା ରାଜ୍ୟରେ ତାର କାୟା ବିସ୍ତାର କରୁଥିବାରୁ ଏହି ସଂକ୍ରମଣକୁ କିଭଳି ପ୍ରତିହତ କରିହେବ ଏବଂ ଲକ୍ ଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ଗରିବ ପରିବାରଗୁଡ଼ିକୁ କିଭଳି ଭାବେ ସହଯୋଗର ହାତ ବଢ଼ାଇ ହେବ ସେ ନେଇ ଆପୋଷ ଆଲୋଚନା ହୋଇଥିଲା । ବିଶେଷ କରି ବିଜେପି କାର୍ଯ୍ୟକର୍ତାମାନେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ପଂଚାଗ୍ରହ କାର୍ଯ୍ୟକ୍ରକୁ ପାଥେୟ କରି ନିଜ ଘର ପାଖରେ ଥିବା ଗରିବ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା,ସମସ୍ତେ ଘରେ ମାସ୍କ ତିଆରି କରି ପିନ୍ଧିବା ସହ ଆଖପାଖ ଅଂଚଳରେ ବଂଟନ କରିବା,କରୋନା ଯୋଦ୍ଧା ଯେପରିକି ଡାକ୍ତର,ନର୍ସ, ମେଡ଼ିକାଲ କର୍ମଚାରୀ,ସଫେଇ କର୍ମଚାରୀ,ପୋଲିସ କର୍ମଚାରୀ,ସରକାରୀ କର୍ମଚାରୀ,ବ୍ୟାଙ୍କ,ଡାକ କର୍ମଚାରୀ, ସାମ୍ବାଦିକ ତଥା ଏହି ଯୁଦ୍ଧରେ ସାମିଲ ସମସ୍ତ କର୍ମଚାରୀମାନଙ୍କୁ ସମ୍ମାନ ଜଣାଇବା,ପିଏମ୍ କେୟାର ଫଣ୍ଡକୁ ନିଜେ,ପରିବାରର ଅନ୍ୟ ସଦସ୍ୟ ଏବଂ ଅନ୍ୟାନ୍ୟ ଅଂଚଳବାସୀଙ୍କୁ ଦାନ କରିବାକୁ ପ୍ରୋତ୍ସାହିତ କରିବା ଓ ସମସ୍ତେ ଆରୋଗ୍ୟ ସେତୁ ଆପ୍ କୁ ଡାଉନଲୋଡ଼ କରି ଇନଷ୍ଟଲ କରିବା ଉପରେ ଆଲୋଚନା ହୋଇଥିଲା । ମଣ୍ଡଳ ସଭାପତି ବରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ମିଡ଼ିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।