Odiapua.com

ଭିଜିଲାନ୍ସ ହାତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଖୋର୍ଦ୍ଧା, ୨୯/୧୦, (ଓଡ଼ିଆ ପୁଅ ପି ନାୟକ): ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନବକିଶୋର ଦାସ। ଦୋକାନ ଘର ବିଲ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରି ପ୍ରସାଦ ପଞ୍ଚାୟତର ସରପଞ୍ଚ ଙ୍କ ସ୍ୱାମୀଙ୍କୁ ଦୋକାନ ଘର ବିଲ୍‌କରାଇଦେବା ସେ ଲାଞ୍ଚ ମାଗିଥିଲେ। ପରେ ଯୋଜନା ମୁତାବକ ସେ ଭିଜିଲାନ୍ସ ଜାଲରେ ପଡିଥିଲେ।