Odiapua.com

ଭିଜିଲାନ୍ସ ସ୍କାନରରେ ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ

କଳାହାଣ୍ଡି, ତା.୧୭.୦୧.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଯାଇଛି । ଜୟପୁର ଭିଜିଲାନ୍ସ ଏସପିଙ୍କ ନିଦେ୍ର୍ଦଶ ମତେ କଳହାଣ୍ଡି ଡିଏସପି ଙ୍କ ନେତୃତ୍ୱରେ ତିନିଟି ଟିମ ଭବାନୀପାଟଣା ବାସଗୃହ, ପୁରୁଣାପଡା ସ୍ଥିତ ହୋଟେଲ ଓ ଦୋକାନ ଗୃହ ଏବଂ ମ.ରାମପୁର ସ୍ଥିତ ହୋଟେଲ ଓ ଦୋକାନ ଗୃହ ଉପରେ ଏକ କାଳୀନ ଚଢଉ କରିଥିଲେ । ଅନାମ ନାଏକ ଭବାନୀପାଟଣା ବିଧାୟକ ଥିବା ବେଳେ ବିଭିନ୍ନ ଆର୍ଥôକ କାରବାରରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା । ସେସବୁ ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଭବାନୀପାଟଣାସ୍ଥିତ ଭିଜିଲାନ୍ସ ଜଜଙ୍କ ଦ୍ୱାରା ସର୍ଚ୍ଚ ୱାରେଂଟ ଜାରି କରିବା ପରେ ତଦନ୍ତ କରୁଥିବା ଜଣାପଡିଛି । ତଦନ୍ତ ସମୟରେ ଅନାମ ନାଏକଙ୍କ ପାଖରେ ଭବାନୀପାଟଣା ନକଟିଗୁଡାସ୍ଥିତ ଏକ ତିନି ମହଲା ଘର ଟ.୧୮,୪୭,୪୦୮/-ଓ ଦୁଇଟି ଏକ ମହଲା ବିଶିଷ୍ଟ ଘର ଟ.୪,୮୭,୨୬୯/-, ଏବଂ ଏକ ଦୋକାନ ଘର ଟ.୧,୫୯,୩୭୩/-, ଏକ ଗେରେଜ ଟ.୫୯,୦୨୦/-, ପରୁରଣାପଡାସ୍ଥିତ ଏକ ଘର ଟ.୫୧,୮୬,୦୦୦/- ଓ ନିର୍ମାଣାଧିନ ଏକ ହୋଟେଲ ଟ.୧୯,୬୪,୨୨୩/-, ମ.ରାମପୁର ସ୍ଥିତ ଦୁଇମହଲା ବିଶିଷ୍ଟ ଏକ ଲଜ ଏବଂ ଦୋକାନ ଗୃହ ଟ.୫୭,୫୯,୦୦୦/-, ଛଅଟି ଚାଷ ଜମି ୯୪,୦୭,୦୦୦/-, ଗୋଟିଏ ଟ୍ରାକ୍ଟର ଟ.୭,୦୦,୦୦୦/-, ଏକ ମହିନ୍ଦ୍ରା ସ୍କୋରପିଓ ଏବଂ ଇନୋଭା ଟ.୨୪,୦୦,୦୦୦/-, ତିନିଟି ଦୁଇଚକିଆ ଟ.୧,୬୧,୦୦୦/- , ବିଭିନ୍ନହ ବେଙ୍କରେ ଜମା ଟ.୪୯,୩୩,୭୦୨/-, ଜୀବନ ବୀମା ଟ.୨,୦୦,୦୦୦/- , ସୁନା ଗହଣା ଟ.୮୦,୦୦୦/-, ନଗଦ ଟ୧୩,୬୮୦/-, ଗୃହ ଉପକରଣ ଟ.୬,୨୧,୩୭୭/- , ମ.ରାମପୁର ମଦ ଦୋକାନରେ ସାମଗ୍ରୀ ଟ.୩,୨୦,୩୫୦/- ସର୍ବ ମୋଟ ଟ.୩,୪୨,୯୯,୪୦୨/- ମୂଲ୍ୟର ସଂପତି ଥିବାର ଜଣାପଡିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଅଧ୍ଚଳ ତଥ୍ୟ ପାଇଁ ତଦନ୍ତ ଚାଲିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ନାଏକ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ପରେ ରାଜନୀତିକୁ ଆସି ପ୍ରଥମେ କଂଗ୍ରେସରେ ବିଧାୟକ ଭାବେ ହାରିବା ପରେ ଶାସକ ବିଜେଡିରେ ଯୋଗ ଦେଇ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତକୁ ଭବାନୀପାଟଣା ବିଧାୟକ ଥିଲେ । ଏହି ସମୟରେ ଆର୍ଥôକ କାରବାରରେ ସଂଶ୍ଳିଷ୍ଟ ଥିବା ବିଷୟ ଅଭିଯୋଗ ହୋଇଥିଲା ।