Odiapua.com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର : ଏକାଥରେ ୫ଟି ସ୍ଥାନରେ ଚାଲିଛି ରେଡ୍

କଟକ :୨୦/୬ (ଓଡ଼ିଆ ପୁଅ /ଅଭୟ ଜେନା ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ସିଭିଲ ସପ୍ଲାଏ ଅଫିସର। ପ୍ରାପ୍ତ ସୂଚନା ଅନୁଯାୟୀ, ଯୋଗାଣ ବିଭାଗ ସି ଏସ ଓ ଭାବେ କାର୍ଯ୍ୟକରୁଥିବା ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅନାଦିଙ୍କଘର ଥିବା ୫ଟି ସ୍ଥାନରେ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଗଞ୍ଜାମ, ଛତ୍ରପୁର, ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଘରେ ଚଢ଼ାଉ ଚାଲିଥିବା ଜଣାପଡିଛି।ଏହି ଚଢ଼ାଉ ରେ ୪ଜଣ ଡି ଏସ ପି, ୮ ଜଣ ଇନିସ୍ପେକ୍ଟର ଓ ଅନ୍ୟାନ୍ୟ ଷ୍ଟାଫ ସାମିଲ ଅଛନ୍ତି। ଚଢ଼ାଉ ଜାରି ରହିଥିବା ଜଣା ପଡିଛି।