Odiapua.com

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସୋରୋ ଆରଡବ୍ଲ୍ୟୁ ସେକ୍ସନର ସହକାରୀ ଯନ୍ତ୍ରୀ ପ୍ରମୋଥ ବେହୁରିଆ। ତେବେ ତାଙ୍କ ଘର, ଅଫିସ୍‌, ଶ୍ୱଶୁର ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଭଦ୍ରକ ସହର ଉପକଣ୍ଠରେ ବାଗୁରାଇରେ ଥିବା କୋଠାଘର, ଅର୍ଣ୍ଣପାଳରେ ଥିବା ପୈତୃକ ଘର, ମାର୍କେଟ୍ କମ୍ଲେକ୍ସ, ବାସୁଦେବପୁରରେ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝରର ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି କରିଥିବା ସୂଚନା ମିଳିଛି। ଚଢାଉ ଟିମ୍‌ରେ ଜଣେ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି ଓ ୪ ଜଣ ଇନ୍ସିପେକ୍ଟର ସାମିଲ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କେତେ ସଂପତ୍ତି ଜବତ ହୋଇଛି, ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।