ନୟାଗଡ଼,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୟାଗଡ଼ କ୍ଷୁଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧି । ଆଜି ଏକାସାଙ୍ଗେ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯିବା ସହ ବିନୟ କୁମାର ସୁବୁଦ୍ଧିଙ୍କର ମୋବାଇଲର କଲ ରେକର୍ଡର ଯାଞ୍ଚ କରାଯାଉଥିବାର ବି ସୂଚନା ମିଳିଛି। ନୟାଗଡ଼ କ୍ଷୁଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର୍ ଓ ଭୁବନେଶ୍ୱର ସ୍ଥିତ ନିଜ ଘର ସମେତ କେତେକ ବନ୍ଧୁବାନ୍ଧବଙ୍କ ଘରେ ବି ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଏବଂ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଏଯାଏଁ ତାଙ୍କର କେତେ ଟଙ୍କାର ସଂପତ୍ତି ରହିଛି ତାର ସୂଚନା ମିଳିନାହିଁ।