Odiapua.com

ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର ବଂଶୀଧର ସେଠୀ

ବ୍ରହ୍ମପୁର ୨୮-୧୨ (ଓଡ଼ିଆ ପୁଅ) : ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସେକ୍ସନ ୱାନ୍ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି।

ତେବେ ବ୍ରହ୍ମପୁର ଭିଜିଲାନ୍ସର ଏହି ଚଢାଉରେ ୨ ଜଣ ଡିଏସପି ୬ ଇନସ୍ପେକ୍ଟର ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟଯେ, ବଂଶୀଧର ସେଠୀ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ ଜେଇ ଭାବରେ ଦିଗପହଣ୍ଡିରେ କାର୍ଯ୍ୟରତ ଅଛନ୍ତି।

ତେବେ ବଂଶୀଧରଙ୍କ ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନରେ ତିନି ମହଲା କୋଠା, ଲୋଚାପଡ଼ାରେ ସମ୍ପର୍କୀୟଙ୍କ ଘର, ପୋଲସରା ଅନ୍ତର୍ଗତ ଚିକିରିପଡ଼ାରେ ପୈତୃକ ଘର ଓ ଦିଗପହଣ୍ଡି ସ୍ଥିତ କାର୍ୟ୍ୟାଳୟରେ ରେଡ୍ ଚାଲିଛି।