Odiapua.com

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ-କମ୍-ପ୍ରୋଗ୍ରାମର୍

ନବରଙ୍ଗପୁର ୨୩-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଆକାଉଣ୍ଟାଣ୍ଟ-କମ୍-ପ୍ରୋଗ୍ରାମର ବିକାଶ ସାନା ଏମ୍ ଡି ଏମ୍ ବିଲ୍ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ କରିବା ପାଇଁ ସେ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ସରକାରଙ୍କ ଦ୍ଵାରା ବିଭିନ୍ନ ସ୍କୁଲକୁ ଯୋଗାଣ କରାଯାଉଥିବା ମଧ୍ୟାନ୍ନ ଭୋଜନ ଚାଉଳର ପରିବହନ କରାଯାଇଥିବା ବିଲ କରିବା ପାଇଁ ଏହି ଲାଞ୍ଚ ସେ ନେଉଥିଲେ। ମଧ୍ୟାନ୍ନ ଭୋଜନ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ପରିବହନ କଣ୍ଟ୍ରାକ୍ଟର ମୋହନ ଚୌରାସିଆଙ୍କ ପ୍ରତିନିଧିଙ୍କୁ ଅଭିଯୁକ୍ତ ବିକାଶ ସାନା ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାବେଳେ ଆଜି ଏକ ଲକ୍ଷ ଟଙ୍କା ଦେବାକୁ ସ୍ଥିର କରି ଅଫିସରେ ଟଙ୍କା ଦେବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ସମ୍ପୃକ୍ତ କର୍ମଚାରୀଙ୍କୁ ଧରିଥିଲେ। ଏହାପରେ ତାଙ୍କ ଉମରକୋଟ ବାସଭବନ ଏବଂ ନବରଙ୍ଗପୁର ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।