Odiapua.com

ଭିଜିଲାନ୍ସ ଜାଲରେ କଳାହାଣ୍ଡି ସରପଞ୍ଚ

କଳାହାଣ୍ଡି, ୦୨/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭିଜିଲାନ୍ସ ଜାଲରେ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍‌ରିଞ୍ଜା ସରପଞ୍ଚ ଭୋଜବନ୍ତୀ ସାହୁ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି।

ଏକକାଳୀନ ୪ଟି ସ୍ଥାନରେ ରେଡ୍‌କରାଯାଇଥିବା ବେଳେ ଟାକୁରମାଳ ସ୍ଥିତ ବାସଭବନ କୁଶୁୁରୁଲା ସ୍ଥିତ ପୈତୃକ ଘର ସହ ୪ଟି ସ୍ଥାନରେ ଚଢାଉ ହୋଇଛି। ଚଢାଉ ବେଳେ ଗୋଟିଏ କାର, ୨ଟି ବାଇକ୍‌, ତିନିଟି ଟ୍ରାକ୍ଟର ଜବତ ହୋଇଛି। କୋରାପୁଟ ଡିଭିଜନ ଡିଏସ୍‌ପିଙ୍କ ନିର୍ଦ୍ଦେଶରେ ଚଢାଉ କରି ତଦନ୍ତ ଚାଲିଛି ବୋଲି କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି।